THE BYAPINI

ଗୁରୁତର ଅବସ୍ଥାରେ ମିଳିଲେ ସରପଞ୍ଚ ପ୍ରାର୍ଥୀ

Get real time updates directly on you device, subscribe now.

ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ । ନୂଆପଡା ଖଡିଆଳ ସୁନାରିଶିକୁଆରର ସରପଞ୍ଚ ପାର୍ଥୀ ଚୂଳମଣି ବୈଠାରୁଙ୍କୁ ହାତ ଗୋଡ ବନ୍ଧା ହୋଇ ଅଚେତ ହୋଇ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କ ଘରଠାରୁ ୧ କିଲୋମିଟର ଦୂରରେ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଗତକାଲିଠୁ ସେ ଘରକୁ ଯାଇ ଆଉ ଫେରିନଥିଲେ । ଏନେଇ ତାଙ୍କ ପରିବାର ଲୋକେ ପୋଲିସରେ ଏତଲା ଦେବା ପରେ ପୋଲି ଖୋଜାଖୋଜି ଆରମ୍ଭ କରିଥିଲା । ଆଜି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତୃତୀୟ ପର୍ୟ୍ୟାୟ ମତଦାନରେ ନିର୍ଦ୍ଧାରଣ ହେବାକୁ ଅଛି ଚୂଳମଣିଙ୍କ ଭାଗ୍ୟ । ତାଙ୍କୁ ଉଦ୍ଧାର ପରେ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିିକତ୍ସା ଚାଲିଛି । ।

Get real time updates directly on you device, subscribe now.

Leave A Reply

Your email address will not be published.