THE BYAPINI

ପୁଲିସ ପୋଷାକକୁ ଆଇପିଏସ୍ ସତ୍ୟଜିତଙ୍କ ଅଲବିଦା

Get real time updates directly on you device, subscribe now.

ପୁଲିସ୍‌ ବିଭାଗରେ ୩୩ ବର୍ଷ କାମ କରି ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଆଇପିଏସ ସତ୍ୟଜିତ ମହାନ୍ତି । ଅଗ୍ନିଶମ ଡିଜି ପଦବୀରୁ ଚାକିରି କାଳ ଶେଷ ହେବା ପୂର୍ବରୁ ରବିବାର ସ୍ବେଚ୍ଛାକୃତ ଅବସର ନେଇଛନ୍ତି ସତ୍ୟଜିତ ମହାନ୍ତି । ଆସନ୍ତା ଅଗଷ୍ଟ ମାସରେ ସେ ଅବସର ଗ୍ରହଣ କରିବାକୁ ଥିବାବେଳେ ରାଜ୍ୟ ସରକାର ତାଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି।

ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ପୋଲିସ କମିଶନର ଓ ଡିଜିପି ଭାବେ ଦାୟିତ୍ବ ତୁଲାଇଛନ୍ତି ।ନିଜର ୩୩ ବର୍ଷ ବୃତ୍ତିଗତ ଜୀବନକାଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜ ମାନଙ୍କରେ ଆରକ୍ଷୀ ଅଧିକ୍ଷକ, ଆରକ୍ଷୀ ଉପ ମହାନିରୀକ୍ଷକ ଏବ ଆରକ୍ଷୀ ମହାନିରୀକ୍ଷକ ଭାବ ଅବସ୍ଥାପିତ ହୋଇ ସଫଳତା ପୂର୍ବକ ଦାୟିତ୍ବ ନିର୍ବାହ କରିଛନ୍ତି । ଏହାଛଡା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ପରିବହନ, ରାଜ୍ୟ ପୋଲିସ ଓ ଗୃହ ନିର୍ମାଣ ନିଗମ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ, ରାଜ୍ୟ ପୋଲିସ ମୁଖ୍ୟ କାର୍ୟ୍ୟାଳୟ ଏବ ଟୁଇନ ସିଟିର କମିଶନର ଭାବେ କାର୍ୟ୍ୟ କରିଛନ୍ତି ।
ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୁଲିସ୍‌ ବିଭାଗରେ ସତ୍ୟଜିତ୍ ମହାନ୍ତି ଲମ୍ବା ସମୟ ଧରି ସଫଳତାର ସହ ନିଜ କାର୍ୟ୍ୟ ସମ୍ପାଦନ କରିଛନ୍ତି।ଡିଜି ପାହ୍ୟାକୁ ପଦୋନ୍ନତି ହୋଇ କାରାଗାର ମହାନିର୍ଦ୍ଦେଶକ, ଓ ନେର୍ଦ୍ଦେଶକ ସଂସ୍କାର ସେବା, ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କର ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ରାଷ୍ଟ୍ରପତିଙ୍କ ଦ୍ବାରା ପୋଲିସ୍ ଉଲ୍ଲେଖନୀୟ ସେବା ପଦକ, ପୋଲିସ୍ ବିଶିଷ୍ଟ ସେବା ପଦକ ମଧ୍ୟ ମିଳିଛି । ଆଜି ସେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ କାର୍ୟ୍ୟଭାର ନେଇଛନ୍ତି ।

ଏବେ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦପଦବୀର ଚୟନ କରୁଥିବା ଓପିଏସସିର ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ସେ ଅଢ଼େଇ ବର୍ଷ ପର୍ୟ୍ୟନ୍ତ କାର୍ୟ୍ୟ ସମ୍ପାଦନ କରିବେ। ଙଚଝଉର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସତ୍ୟଜିତ ମହାନ୍ତି କହିଛନ୍ତି, ଙଚଝଉର ଯେଉଁ ପରୀକ୍ଷା ହେଉଛି ତାହା ଯେପରି ରେଗୁଲାର ହୋଇପାରିବ ସେଥିପ୍ରତି ଧ୍ୟାନ ଦେବି। ବହୁ ଡାକ୍ତର, ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ସେସବୁ ପୂରଣ କରି ଚିକିତ୍ସା ଭିତ୍ତିଭୂମି ସୁଦୃଢ କରାଯିବ। ଏହି ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ ଲାଗି ଚେଷ୍ଟା କରାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.