THE BYAPINI

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: କେନ୍ଦ୍ରୀୟ ଟିମର ତଦନ୍ତ

Get real time updates directly on you device, subscribe now.

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମସ୍ତ ରେକର୍ଡ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନମନ୍ତ୍ରୀଙ୍କ ସେଦନିର ଗସ୍ତର ସମସ୍ତ ରେକର୍ଡ ସୁରକ୍ଷିତ ରଖିବାକୁ ପଂଜାବ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ପଂଜାବ ପ୍ରଶାସନ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ସମସ୍ତ ତଥ୍ୟ ହସ୍ତାନ୍ତର କରିବେ । ମାମଲାର ତଦନ୍ତ ଏନ୍ଆଇଏ ଦ୍ୱାରା କରାଯାଉ ବୋଲି ଆବେଦନକାରୀଙ୍କ ଓକିଲ ସୁପ୍ରିମକୋର୍ଟରେ ଦାବି କରିଛନ୍ତି । ଆସନ୍ତରା ସୋମବାର ମାମଲାର ପରବର୍ତୀ ଶୁଣାଣି ହେବ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଂଚିଛି କେନ୍ଦ୍ରର ତିନି ଜଣିଆ ଟିମ୍ । କେନ୍ଦ୍ରୀୟ ଟିମ୍ ଫିରୋଜପୁର ଫ୍ଲାଏ ଓଭର ଯାଇ ତଦନ୍ତ କରିଛି ।ସେପଟେ ଏହି ମାମଲାର ତଦନ୍ତ ପାଇଁ ପଞ୍ଜାବ ସରକାରଙ୍କ ପକ୍ଷରୁ ମଧ୍ୟ ୩ ଜଣିଆ ପ୍ୟାନେଲ ଗଠିତ ହୋଇଛି। ୩ ଦିନରେ ଏହି ପ୍ୟାନେଲ ରିପୋର୍ଟ ପ୍ରଦାନ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚନ୍ନି କହିଛନ୍ତି।

ଦୁଇ ଦିନ ତଳେ ଭାରତ-ପାକିସ୍ତାନ ସୀମା ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍‌କୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡ଼ିଥିଲା। ଚାଷୀଙ୍କ ରାଲି ଯୋଗୁ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଆଗକୁ ବଢ଼ି ପାରିନଥିଲା ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ୟ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.