ଆଜିଠୁ ଷଷ୍ଠ, ସପ୍ତମ ପାଠପଢା
ଆଜିଠୁ ସ୍କୁଲରେ ଆରମ୍ଭ ହେଲା ଷଷ୍ଠ, ସପ୍ତମ ଶ୍ରେଣୀ ପାଠପଢା । ସକାଳ ୯ଟା ୩୦ରୁ ଦିନ ଗୋଟାଏ ପର୍ୟ୍ୟନ୍ତ ପାଠ ପଢ଼ା ହେବ । ତେବେ ଅଫଲାଇନ ସହ ଅନଲାଇନରେ ବି ପାଠପଢ଼ା ଜାରି ରହିବ । କାହାକୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯିବ ନାହିଁ ।
କୋଭଡି ଗାଇଡଲାଇନକୁ ମାନି ଶ୍ରେଣୀଗୃହରେ ଚାଲିବ ଶିକ୍ଷାଦାନ । ସ୍କୁଲରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ହାତକୁ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ଟିକେ କମିବା ପରେ ପର୍ୟ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢ଼ାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ପୂର୍ବରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଗତମାସରେ ଅଷ୍ଟମ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଥିଲା । ସେହିପରି ଆଜିଠାରୁ ପିଜି ପ୍ରଥମ ବର୍ଷ ପାଠପଢ଼ା ମଧ୍ୟ ଆରମ୍ଭ ହେବ ।ଦୀର୍ଘ ୨୦ ମାସ ପରେ ଖୋଲୁଥିବାରୁ ପିଲାଙ୍କ ମଧ୍ୟରେ ସ୍କୁଲ ଆସିବାକୁ ବେଶ୍ ଉତ୍ସାହ ରହିଛି ।