THE BYAPINI

୭ ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ

Get real time updates directly on you device, subscribe now.

ରାଜ୍ୟରେ ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଫେବ୍ରୁଆରୀ ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ସ୍କୁଲ ଖୋଲିବାକୁ ଥିବା ବେଳେ ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଖୋଲିବ।ଫେବ୍ରୁଆରୀ ୭ ତାରିଖରୁ ଅଷ୍ଟମରୁ ଆରମ୍ଭ କରି ସମସ୍ତ କଲେଜ, ୟୁନିଭର୍ସିଟି, ଟେକ୍ନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଖୋଲିବ। ସ୍କୁଲ ଓ କଲେଜ ସହ ସଂପୃକ୍ତ ହଷ୍ଟେଲ ଗୁଡ଼ିକ ମଧ୍ୟ ଖୋଲିବ। ପିଲାମାନେ ନିଜ ଇଚ୍ଛାରେ ଅଫଲାଇନ/ଅନଲାଇନ କ୍ଲାସ କରିପାରିବେ। ଆବଶ୍ୟକ ହେଲେ ଖରାଛୁଟି ଅବଧି କମାଇ ପାରିବେ ବିଭିନ୍ନ ବିଭାଗ।
କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ସମସ୍ତ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କ୍ଲାସ କରିପାରିବେ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।କେଜିରୁ ୯ମ ଯାଏଁ କ୍ଲାସ ପ୍ରମୋସନ୍ ପରୀକ୍ଷା ହେବ । ଏହି ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ଆଧାରରେ ହେବ । ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ । ଦରକାର ପଡ଼ିଲେ ଖରା ଛୁଟି ଅବଧି କମାଇ ପାଠ ପଢ଼ାଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.