THE BYAPINI

ନଭେମ୍ବରରେ ଖୋଲିବ ସ୍କୁଲ: ସ୍କୁଲ ପଠାଇବାକୁ ଅଭିଭାବକ ନଚାହିଁଲେ ଅନଲାଇନରେ ପଢିପାରିବେ ଛାତ୍ରଛାତ୍ରୀ

Get real time updates directly on you device, subscribe now.

ଚଳିତ ନଭେମ୍ବର ମାସରେ ହିଁ ସ୍କୁଲ ଖୋଲିବ। ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲାଯିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ମାସରେ ସ୍କୁଲ ଖୋଲିବା ନେଇ ସରକାର ପ୍ରସ୍ତୁତ ହେଉଛନ୍ତି । ମଙ୍ଗଳବାର ଏନେଇ ବିଭାଗୀୟ ବୈଠକ ବସିଥିଲା । ଏଥିରେ ପାଞ୍ଚ ଅଂଶୀଦାରଙ୍କ ସହ ଆଲୋଚନା ହୋଇଛି । କେବେ ଓ କେମିତି ସ୍କୁଲ ଖୋଲିବ ସେ ନେଇ ଏସଓପି ପ୍ରସ୍ତୁତ ହେଉଛି । ଏହାପରେ କ୍ଷେତ୍ରରେ କାମ କରୁଥିବା ଜିଲ୍ଲାପାଳ ଓ ଡିଇଓଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ସେହିପରି ଯଦି ଅଭିଭାବକ ମାନେ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ପଠାଇବାକୁ ନଚାହିଁବେ , ତାହା ହେଲେ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ପାଠ ପଢିପାରିବେ ବୋଲ ି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି । କରୋନା ପାଇଁ ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯାଇଛି। ଏଥିରୁ ଆଉ କମ୍ କରାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ବାକି ୭୦ ପ୍ରତିଶତ ସିଲାବସ୍ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ। ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମ୍ପୂର୍ଣ୍ଣ କ୍ଲାସ୍ ହେବ
ପୂର୍ବରୁ ନଭେମ୍ବର ୧୫ ପରେ ଅର୍ଥାତ୍ ୧୬ରୁ ପର‌୍ୟ୍ୟାୟ କ୍ରମେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ନଭେମ୍ବର ୩୦ ଯାଏଁ ସ୍କୁଲ ବନ୍ଦ ନିଷ୍ପତ୍ତି ଅପରିବର୍ତ୍ତିତ ରହିଥିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାନି ନିର୍ଦ୍ଦେଶନାମା ମଧ୍ୟ କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.