ନୂଆବର୍ଷରୁ ଖୋଲିବ ସ୍କୁଲ!
ମହାମାରୀ କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ୨୦୨୦ ଶିକ୍ଷା ବର୍ଷ ସଂପର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଗତ ୯ ମାସ ହେବ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯାଇନାହାନ୍ତି । ଘରେ ରହି ଅନଲାଇନ ମାଧ୍ୟମରେ ପାଠପଢୁଛନ୍ତି । ତେବେ ନୂଆବର୍ଷରୁ ସ୍କୁଲ ଖୋଲିପାରେ ବୋଲି ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ପ୍ରଥମେ ଖୋଲିବାକୁ ପ୍ରାଥମିକତା ଦିଆଯିବ । ୧୦୦ଦିନ ପାଠ ପଢାଇବାକୁ ନଷ୍ପତ୍ତି ନିଆଯାଇଛି । ତେଣୁ ଶନିବାର ରବିବାର ବି ପାଠ ପଢାଇବାକୁ ହେବ । ନଚେତ ୧୦୦ଦିନ ହୋଇପାରିବ ନାହିଁ ବୋଲି କହିଛନ୍ତି ସମୀର ଦାସ । କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଗ୍ଦଗ୍ଧଙ୍କୟଚ୍ଚ ଜ୍ଞବଗ୍ଧରକ୍ସସବକ୍ଷ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଯିବ ବୋଲି କହିଛନ୍ତି ମନ୍ତ୍ରୀ । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଉପରୁ ଚାପ କମିବା ସହ ପରୀକ୍ଷା ପାଇଁ ସହାୟ ହୋଇପାରିବ । ଡିସେମ୍ବରରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ତେଣୁ ଜାନୁଆରୀରୁ ସ୍କୁଲ ଖୋଲିବାକୁ ଚିନ୍ତା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।
ସେପଟେ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର କଲେଜ୍ ଖୋଲିବା ନେଇ ସୂଚନା ଦେଇ କହିଛନ୍ତି ଯେ ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ତେବେ ଏନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଞ୍ଚିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୭୦-୮୦ ଦିନ କ୍ଲାସରେ ପାଠ ପଢ଼ାଯିବା ପରେ ପରୀକ୍ଷା କରାଯିବ। କଲେଜ ଖୋଲିବାରେ ଯଦି ଅଧିକ ବିଳମ୍ବ ହେବ, ତେବେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ। ହେଲେ ଅନଲାଇନ୍ ପଢାକୁ ନେଇ ପରୀକ୍ଷା କଲେ, ଫେଲ ପ୍ରତିଶତ ବଢିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ସଚିବ ।