THE BYAPINI

ଖୋଲିଲା ସ୍କୁଲ

Get real time updates directly on you device, subscribe now.

କରୋନା କଟକଣା ଭିତରେ ଖୋଲିଲା ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ କ୍ଲାସରୁମରେ ବସି ପାଠପଢା ଆରମ୍ଭ କରିଛନ୍ତି । ସରକାର ଜାରି କରିଥିବା ମାର୍ଗଦର୍ଶିକା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢ଼ାଯିବାର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସକାଳ ୧୦ରୁ ସାଢେ ଗୋଟାଏ ଯାଏ ଶ୍ରେଣୀଗୃହରେ ପାଠପଢା ଯିବ । ପାଠପଢା ପରେ ସିଧା ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିବେ । ଯେଉଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ପଠାଇବେ ସେମାନଙ୍କୁ ଏକ ସ୍ୱୀକୃତି ପତ୍ର ଦେବାକୁ କୁହାଯାଇଛି । ଶ୍ରେଣୀଗୃହରେ ପିଲାଙ୍କ ମଧ୍ୟରେ ୬ ଫୁଟ ଦୂରତା ରଖାଯାଇଛି । ସ୍କୁଲରେ ଏକ ସଂଗରୋଧ ଗୃହ ରଖାଯାଇଛି । କୌଣସି ଛାତ୍ରଛାତ୍ରୀଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଗଲେ ସେମାନଙ୍କୁ ସେହି ଗୃହରେ ରଖାଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.