ଗାଁ ଭିତରକୁ ମାଡ଼ିଆସୁଛି ସମୁଦ୍ର..ଭୁଶୁଡିପଡୁଛି ଘର
ଗଂଜାମ: ଗାଁ ଭିତରକୁ ମାଡିଆସୁଛି ସମୂଦ୍ର । ସମୂଦ୍ର କୁଳ ଲଂଘିବାରୁ ଗାଁ ଭିତରକୁ ସମୁଦ୍ରର ଲୁଣା ପାଣି ପଶିଯାଉଛି । ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁ ଲୋକ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ରାମେୟାପାଟଣା ଅଞ୍ଚଳରୁ ଆସିଛି ଏଭଳି ଦୃଶ୍ୟ । ଗାଁର ଅନେକ ଘର ମଧ୍ୟ ସମୁଦରେ ଲୀନ ହୋଇଯାଇଛି ।
ରାମେୟାପାଟଣା ଅଞ୍ଚଳରେ ସମୁଦ୍ର ପାଲଟିଛି କାଳ । ଗାଁ ଭିତରକୁ ମାଡି ଆସୁଛି ସମୁଦ୍ର । ଉଚ୍ଚ ଜୁଆର ଢେଉ ଆସି କୂଳ ଲଂଘିବାରେ ଲାଗିଛି । ପକ୍କା ଘର ମଧ୍ୟ ଜୁଆର ମାଡ଼ରେ ଭୁଶୁଡିପଡୁଛି । ଫଳରେ ସମୁଦ୍ର କୂଳରେ ଥିବା ଲୋକମାନେ ଭୟଭୀତ ହୋଇ ଦୂର ସ୍ଥାନକୁ ପଳାଉଛନ୍ତି । ୨୦୧୯ ମସିହାରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ରାମେୟାପାଟଣା ଅଞ୍ଚଳରେ ସମୁଦ୍ର କୂଳ ଲଙ୍ଘି ୨୦ଟି ଘର ନଷ୍ଟ କରିଥିଲା । ତେବେ ଚଳିତ ବର୍ଷ ପୁଣି ଥରେ ସମୁଦ୍ର ଲଙ୍ଘିବା ଆରମ୍ଭ କରିଥିବା ବେଳେ କୂଳ ଖାଉଥିବା ଦେଖିବାକୁ ମିଳିଛି ।
କେବେଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ସମାନ ଅବସ୍ତା ଦେଖିବାକୁ ମିଳୁଛି । ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଫଳରେ ଅନେକ ଘର କ୍ଷୟକ୍ଷତି ହେବା ସହ ସମୁଦ୍ରରେ ଲୀନ ହୋଇଯାଉଛି ।