THE BYAPINI

ବ୍ରହ୍ମପୁର ବ୍ରହ୍ମାନଗରରେ ୧୪୪ ଧାରା ଜାରି

Get real time updates directly on you device, subscribe now.

ବ୍ରହ୍ମପୁର ବ୍ରହ୍ମାନଗରରେ ୧୪୪ ଧାରା ଜାରି କଲା ପ୍ରଶାସନ । ଡ଼ାକ୍ତର ସୁମିତ ଓ ତପସ୍ୱିନଙ୍କ ପାରିବାରିକ ବିବାଦ ମାମଲା ଲାଗି ରହିଥିବା ବେଳେ ଗତକାଲି ସଂଧ୍ୟାରେ ସୁମିତଙ୍କ ଘର ଗେଟ୍ ଭାଙ୍ଗି ଘର ଭିତରକୁ ଧସେଇ ପଶିଥିଲେ ଉତ୍ୟକ୍ତ ମହିଳା । ତେଣୁ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି । ବ୍ରହ୍ମାନଗର ଆରମ୍ଭ ଠାରୁ ଗୁରୁଦେବ ହସ୍ପିଟାଲ ଯାଏଁ ୧୪୪ ଧାରା ଜାରି କରାଯାଇଛି ।

ଗତକାଲି ସଂଧ୍ୟାରେ ତପସ୍ୱିନୀଙ୍କ ସପକ୍ଷରେ ବାହାରିଲେ ବ୍ରହ୍ମପୁରର ଶହ ଶହ ମହିଳା । ଡାକ୍ତର ସୁମିତ ସାହୁଙ୍କ ବ୍ରହ୍ମାନଗର ସ୍ଥିତ ଘରର ଗେଟ୍ ଭାଙ୍ଗି ଧସେଇ ପଶିଲେ ମହିଳା । ଏହା ପରେ ସେମାନେ ଘରର ଅନ୍ୟ ଏକ ଫାଟକକୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ। । କିନ୍ତୁ ପୋଲିସ ଆସି ସମସ୍ତଙ୍କୁ ଘଉଡ଼ାଇ ଦେଇଥିଲା । ତେବେ ଘର ଭିତରକୁ ଯିବାକୁ ନଦେଲେ ଆନ୍ୟ ଗେଟକୁ ମଧ୍ୟ ଭାଙ୍ଗିଦେବେ ବୋଲି ମହିଳାମାନେ ଚେତାଇ ଦେଇଛନ୍ତି । ପୋଲିସ ସେମାନଙ୍କୁ ବୁଝାସୁଝା କରୁଛି । ମହିଳାମାନେ ଗେଟ୍ ଭାଙ୍ଗି ଦେବା ପରେ ତପସ୍ୱିନୀ ଅସ୍ଥାୟୀ ଟେଣ୍ଟ ଭାଙ୍ଗି ବରଣ୍ଡାକୁ ଚାଲି ଯାଇଛନ୍ତି।

ସେପଟେ ତପସ୍ବିନୀ ସ୍ବାମୀଙ୍କ ସହ ରହିବା ପାଇଁ ଦାଏର ପିଟିସନ୍‌ର ଶୁଣାଣି କରିଛନ୍ତି ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଜିତେନ୍ଦ୍ରୟ ପାଣିଗ୍ରାହୀ । କୋର୍ଟ ପୂର୍ବ ରାୟ କାଏମ୍‌ ରଖିଛନ୍ତି । ଗତ ୯ ତାରିଖରେ କୋର୍ଟ ଦେଇଥିବା ଆଦେଶ ପୁନଃ କାର୍ୟ୍ୟକାରୀ କରିବାକୁ ସୋମବାର ରାୟ ଦେଇଥିଲେ । ତପସ୍ବିନୀଙ୍କୁ ଭଡ଼ା ଘରେ ରଖିବା ସହ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୋମବାର ସନ୍ଧ୍ୟାରେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ପ୍ରକାଶ ପାଇଥିଲା । ୧୭ ତାରିଖରେ ତପସ୍ବିନୀ ପୂର୍ବ ରାୟକୁ ସୁମିତ ମାନିନଥିବା କୋର୍ଟକୁ ଅବଗତ କରିବା ସହ ତାଙ୍କୁ ଶ୍ବଶୁର ଘରକୁ ଯିବା ପାଇଁ ଅନୁମତି ଦେବାକୁ ଆଉ ଏକ ପିଟିସନ୍‌ ଦାଖଲ କରିଥିଲେ । ପୂର୍ବ ରାୟକୁ କାଏମ ରଖି ଘର ଭଡ଼ା ଖୋଜିବା ସହ ସୁମିତଙ୍କୁ ପତ୍ନୀଙ୍କ ସମସ୍ତ ଦାୟିତ୍ବ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ରାୟ ପ୍ରକାଶ ପରେ ପରେ ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘର ଆଗରେ ତପସ୍ବିନୀ ଧାରଣା ଦେଇଥିବା ସ୍ଥାନରେ ଶହ ଶହ ମହିଳା ଏକାଠି ହୋଇ ଘରର ପ୍ରବେଶ ଗ୍ରୀଲ୍‌ ତାଲା ଭାଙ୍ଗି ତପସ୍ବିନୀଙ୍କୁ ଘର ଭିତରକୁ ତପସ୍ବିନୀଙ୍କୁ ନେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.