ରାଜ୍ୟକୁ ଆସିଲା ଆଉ କରୋନା ଟିକା
ରାଜ୍ୟରେ ପହଚିଂଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ କରୋନା ଟିକା ପହଚିଂବା ପରେ କଡ଼ା ସୁରକ୍ଷା ଭିତରେ ରାଜ୍ୟ ଟିକା ଭଣ୍ଡାରକୁ ଅଣାଯାଇଛି । ୩ଟି ସ୍ବତନ୍ତ୍ର ଗାଡ଼ିରେ ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋର ବା ଟିକା ଭଣ୍ଡାରକୁ ଅଣାଯାଇଛି।
୩ ଦିନ ପରେ ବିଭିନ୍ନ ଜିଲ୍ଲାକୁ ପଠାଯିବ ୨୮ଟି ପ୍ୟାକେଟରେ ଆସିଥିବା କୋଭିସିଲ୍ଟ ଟିକାକୁ । ଦ୍ୱିତୀୟ ପର୍ୟ୍ୟାୟରେ ୩ ଲକ୍ଷ ୩୪ ହଜାର ୫୩୪ ଟିକା ଆସିଥିବା ନେଇ ସୂଚନା ରହିଛି । ଜାନୁଆରି ୧୨ରେ ଭୁବନେଶ୍ୱରରେ ପହଞ୍ଚିଥିଲା ପ୍ରଥମ ପର୍ୟ୍ୟାୟ କରୋନା ଟିକା । କୋଭିସିଲ୍ଡ ଟିକାର ୪୦ହଜାର ୮ଶହ ଭାଏଲ ଅର୍ଥାତ୍ ୪ଲକ୍ଷ ୮ହଜାର ଡୋଜ୍ ଓଡ଼ିଶା ଆସିଥିଲା।
ଓଡ଼ିଶାରେ ପୁଣି ସ୍ୱାଭାବିକ୍ ଚାଲିଛି ଟିକାକରଣ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେଉଛି । ସୋମବାର ୩୧,୯୦୨ଜଣଙ୍କୁ ଟିକା ଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ମୋଟ ୩୨ ହଜାର ୫୨୬ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା । ଅର୍ଥାତ୍ ରାଜ୍ୟରେ ୧୦୨ ପ୍ରତିଶତ ଟିକାଦାନ ହୋଇଥିଲା । ପ୍ରଥମ ଦିନରେ ୧୬୧ ସେସନ୍ ରେ ୧୩,୯୮୦ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିଲେ।