THE BYAPINI

ହାଇଦର ଗାଁରେ ପୁଲିସ ପହରା

Get real time updates directly on you device, subscribe now.

ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ୧୪୪ ଧାରା ଲଗାଇଛି ପ୍ରଶାସନ । ହାଇଦର ଗାଁରେ ଉତେଜନା ପ୍ରକାଶ ପାଇବା ଆଶଙ୍କା ଥିବାରୁ ପୁଲିସ ପକ୍ଷରୁ ମୁନସିପାଲିଟି ସମେତ ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଞ୍ଚାୟତରେ ୧୪୪ ଧାରା ଲାଗୁ ହୋଇଛି । ୩୦ ତାରିଖ ଦିନ ୧୧ଟା ପର୍ୟ୍ୟନ୍ତ ସପ୍ତାହ ବ୍ୟାପି ବଳବତର ରହିବ । ସେପଟେ ହାଇଦରରଆଜି ଶବ ବ୍ୟବଚ୍ଚେଦ କରାଯିବ । ଶବ ବ୍ୟବଚ୍ଚେଦ ପରେ ତାର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତାର କରାଯିବ ।

କେନ୍ଦ୍ରାପଡା ସହରରେ ୩୦ ତାରିଖ ଯାଏ ୧୪୪ ଧାରା ଲଗାଯାଇଥିବା ବେଳେ ଏହି ସମୟର ସକାଳ ୭ରୁ ଦିନ ୧୧ ପର୍ଯ୍ୟନ୍ତ ତେଜରାତି, ପରିବା ଓ ମାଛ ଦୋକାନ ଖୋଲା ରହିବ । ଅନ୍ୟ ଦୋକାନ ବନ୍ଦ ରହିବ । ଦିନ ୧୧ଟା ପରେ ଗାଡି ଚଳାଚଳ ଉପରେ କଟକଣା ରହିବ । କୌଣସି ସ୍ଥାନରେ ପାଂଚ ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି ।
ବାରିପଦା ଜେଲକୁ ସ୍ଥାନାନ୍ତର ବେଳେ ହାଇଦର ସିମୁଳିଆ ନିକଟରେ ଖସିଯିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ପୁଲିସ ଗୁଳି ଚଳାଇଥିଲ।। ତାର ପେଟରେ ଗୁଳିବାଜିଥିଲା । ଗୁୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାକୁ ମୃତ୍ୟୁ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.