THE BYAPINI

କଟକ, ଭୁବନେଶ୍ୱରରେ ୧୪୪ ଧାରା

Get real time updates directly on you device, subscribe now.

ଟ୍ୱିନସିଟିରେ ୧୪୪ ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିର ଆଜିଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିବା ବେଳେ କଟକ ଓ ଭୁବନେଶ୍ୱରରେ ୧୪୪ ଧାରା ଲାଗୁ ହେବ । ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଧାରା ଲାଗୁ ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି୨୦ ଟି ଜିଲ୍ଲାର ସହରାଞ୍ଚଳରେ ଆଜିଠୁ ନାଇଟ କର୍ଫ୍ୟୁ । ସେହିପରି ସୀମାନ୍ତବର୍ତୀ ଅନ୍ୟ ୧୦ଟି ଜିଲ୍ଲାରେ ମଧ୍ୟ ନାଇଟ୍ କଫ୍ୟୁ ସହ ସପ୍ତାହନ୍ତ ଲକଡାଉନ୍ ଲାଗୁ ହୋଇଛି । ତେବେ ନାଇଟ କର୍ଫ୍ୟୁ ସମୟରେ ଭୁବନେଶ୍ୱର ଓ କଟକରେ ବ୍ୟାପକ ପୋଲିସ ମୁତୟନ ହେବେ ।ଏହି ସମୟରେ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି । ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ବ୍ୟକ୍ତି ତଥା ସଂସ୍ଥା ବ୍ୟତୀତ ଅନ୍ୟମାନଙ୍କୁ ବାହାରକୁ ବାହାରିବା ମନା ହୋଇଛି । କେବେଳ ଜରୁରୀକାଳୀନ ସେବାକୁ କର୍ଫ୍ୟୁରୁ ବାଦ ଦିଆଯାଇଛି । ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଏହି ସମୟରେ ଅନୁମତି ମିଳିବ । ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ ସେମାନେ ଯାଇପାରିବେ ।

ପାନୀୟ ଜଳ ଯୋଗାଣ, ସଫେଇ ସଂସ୍ଥା ଓ ପରିମଳ ସଂସ୍ଥାର କର୍ମଚାରୀ ମାନେ ପରିଚୟ ପତ୍ର କିମ୍ବା ପ୍ରାଧିକାର ଅର୍ପଣ ପତ୍ର ଦେଖାଇ ଯାତାୟତ କରିପାରିବେ ।ଔଷଧ ଗଚ୍ଛିତ କେନ୍ଦ୍ର ଓ ସେଥିରେ କାର୍ୟ୍ୟ କରୁଥିବା କର୍ମଚାରୀମାନେ ବାଣିଜ୍ୟ ଅନୁମତି ପତ୍ର ଦେଖାଇ ଯାଇପାରିବେ । ଏହାସହ ରେଳ ଷ୍ଟେସନ, ଏୟାରପୋର୍ଟ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । କରୋନା ଚେନ୍ ଭାଙ୍ଗିବା ପାଇଁ ସରକାର ନାଇଟ କର୍ଫ୍ରୁ୍ୟ ଘୋଷଣା କରିଛନ୍ତି । ସମସ୍ତ ଲୋକ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.