ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ପରଲୋକ
ଆଉ ନାହାଁନ୍ତି ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ । ସଡକ ଦୁର୍ଘଟଣାରେ ତାଙ୍କର ପରଲୋକ ଘଟିଛି। ଖୋର୍ଦ୍ଧାରୁ ଭୁବନେଶ୍ବର ଫେରୁଥିବା ବେଳେ ଜାଆଁଳା ଛକରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ସେ ଏକ ସ୍କୁଟର୍ରେ ଯାଉଥିବାବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଜୀମୂତଙ୍କୁ ଭୁବନେଶ୍ୱର ଏମସ ନିଆଯାଇଥିଲା। ଦୁର୍ଘଟଣାସ୍ଥଳ ନିକଟରୁ ମୋବାଇଲ, ଆଇଡିକାର୍ଡ ମିଳି୍ଥିବା ବେଳେ ଗାଡି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସ୍ବର୍ଗତ ମଙ୍ଗରାଜ ଏକାଧାରରେ ଜଣେ ସାମ୍ବାଦିକ, ସ୍ତମ୍ଭକାର, ଲେଖକ, କବି ଏବଂ ଆହୁରି ଅନେକ ପ୍ରତିଭାର ଅଧିକାରୀ ଥିଲେ । ଓଡ଼ିଶା ସାମ୍ବାଦିକ ମହଲରେ ଜିମୂତ ଜଣେ ଜଣାଶୁଣା ସାମ୍ବାଦିକ ଭାବେ ପରିଚିତ ଥିଲେ । ଓଡ଼ିଶା ରାଜନୀତି ବାବଦରେ ଅନେକ ପୁସ୍ତକ ସେ ଲେଖିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।