କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଆଉ ୩ଜଣ ଗିରଫ
କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଆଉ ୩ଜଣ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଟୁଟୁ, ହରି ପଣ୍ଡା ଓ କୁନମୁନି । କୃଷ୍ଣ ପ୍ରତିହାରୀଙ୍କୁ ଗୁଳି କରିଥିଲା ଟୁଟୁ । ଅତି ନିକଟରୁ ଗୁଳି କରିଥିଲା ଟୁଟୁ । କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୯ରେ ପହଞ୍ଚିଲା । ପୂର୍ବରୁ ୬ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ । ଏମାନେ ଗୁନ ସିଂହାରୀଙ୍କ ଭାଇ ଓ ପୁତୁରା । ୨୦୧୨ ମସିହାରେ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ଏହି ଦୁଇ ଜଣ ଦେଇଥିଲେ ସୁପାରୀ । ପୁଲିସ କହିଛି, ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଆଉ ୨ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା