ମନ୍ତ୍ରୀଙ୍କୁ ଜଣାଥିଲା ଯୌନ ଶୋଷଣର କଥା!
ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ନିର୍ଯାତନା । ଏଭଳି ସାଂଘାତିକ ଅଭିଯୋଗ ଆସିି ଖୋଦ ରାଜଧାନୀରୁ । ଦେଢ ମାସ ହେବ ଅଭିଯୋଗ ହୋଇଥିଲେ ବି ଏଯାଏ ସମେସ୍ତ ଚୁପ । ସେପଟେ ଏନେଇ ପୂର୍ବରୁ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା ବୋଲି ନିଜେ ମନ୍ତ୍ରୀ କହିଛନ୍ତି । ସମସ୍ତଙ୍କୁ ଘଟଣାଟି ଅବଗତ ଥିଲେ ବି କାହିଁକି ଏଯାଏ କାର୍ଯ୍ୟାନୁଷ୍ଠାନ ନିଆଯାଇନି ତାହା ଏବେ ପ୍ରଶ୍ନ ଉଠିଛି ।
ଚାକିରି ଦେବା ନାଁରେ ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ । ଆଉ ଦରମା ମାଗିବାରୁ ବାବୁଙ୍କୁ ଖୁସି କରିବା ପାଇଁ ଯୁବତୀଙ୍କୁ ଭେଟି ଦିଆଯାଉଥିବା ଖବର ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ତେବେ ଏନେଇଦେଢ ମାସ ହେବ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ଚୁପ ବସିବା ଘଟଣାକୁ ଆହୁରି ରହସ୍ୟ ମୟ କରିଦେଇଛି । ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ ଆଜି ଘଟଣା ସ୍ଥଳରେ ପହଂଚିଛନ୍ ଘଟଣାର ଅନୁଧ୍ୟାନ କରୁଛନ୍ତି । ଘଟଣାରେ ଯିଏ ଦୋଷୀ ସେ ଦଣ୍ଡ ପାଇବ। ଏହା ଅତ୍ୟନ୍ତ ଲଜ୍ୟାଜନକ କଥା ବୋଲି କହିଛନ୍ତି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା। ଦିବ୍ୟାଙ୍ଗଙ୍କ ସୁରକ୍ଷା କମିଶନଙ୍କ ଦାଯିତ୍ୱ ବୋଲି ସେ କହିଛନ୍ତି ।
ଗତ ନଭେମ୍ବର ୨୩ ତାରିଖରୁ ଏୟାରପୋର୍ଟ ଥାନାରେ ଏନେଇ ଅଭିଯୋଗ କରିଥିଲେ ଯୁବତୀ । ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଡିସେମ୍ବର ୫ରେ ଯୌନ ଶୋଷଣ ନେଇ ତାଙ୍କ ନିକଟକୁ ଲିଖିତ ଅଭିଯୋଗ ଆସିଥିଲା । ଡିସେମ୍ବର ୭ରେ ଘଟଣାର ତଦନ୍ତ କରି ଖୋର୍ଦ୍ଧା ଡିଏସଏସଓଙ୍କୁ ନିର୍ଦ୍ଦେଣ ବି ଦେଇଥିଲେ । ଜାନୁଆରୀ ୪ ତାରିଖରେ ସେହି ଅନୁଷ୍ଠାନକୁ ତଥ୍ୟ ମାଗିଥିଲେ ଡିଏସଏସଓ । ହେଲେ ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ । ଡିଷ୍ଟ୍ରିକ ସୋସିଆଲ ସିକ୍ୟୁରିଟି ଅଫିସର କାହିଁକି ଘଟଣାରେ ତଦନ୍ତ କଲେ ନାହିଁି? ଯେଉଁ ସୁରେଶ ବେହେରା ଭିନ୍ନକ୍ଷମ ଯୁବତୀଙ୍କୁ ଭେଟି ଭାବରେ ବ୍ୟବହାର କରୁୁଥିଲେ, ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ? ଘଟଣାକୁ ଚପାଇଦେବା ପଛରେ କାହା ହାତ ଅଛି କି? ଏନେଇ ଏବେ ପ୍ରଶ୍ନ ଉଠୁଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ କେବେ ମିଳୁଛି ନ୍ୟାୟ ତାହା ଏବେ ଅପେକ୍ଷାରେ ।