ପଶ୍ଚିମବଙ୍ଗରେ ବଢିଲା ଓଡିଶା ଚେତିଲା!
ମହାମାରୀ ମହାବିପଦ ସମୟରେ ବନ୍ଦ ରହିବ ସମସ୍ତ ପ୍ରକାର ସୁଟିଂ । ଶନିବାର ପଶ୍ଚିମବଙ୍ଗରେ ସୁଟିଂ ସେଟରେ କାମ କରୁଥିବା ମେକ ଅଫ ଆର୍ଟିଷ୍ଟ ଓ ହେୟାର ଡିଜାଇନରଙ୍କର ମଧ୍ୟରୁ ପାଖାପାଖି ୪୦ ଜଣ ପଜିଟିଭି ଆସିଛନ୍ତି । ଯେଉଁମାନେ କି ଅଭିନେତା, ଅଭିନେତ୍ରୀଙ୍କ ପାଖରେ ରହିଥାନ୍ତି । ଏହାକୁ ନଜରରେ ରଖି ପଶ୍ଚିମବଙ୍ଗରେ ଆଜିଠାରୁ ସମସ୍ତ ପ୍ରକାର ଫିଲ୍ମ, ସିରିଏଲ ସୁଟିଂ ଉପରେ ରୋକ ଲଗାଯିବା ସହ ୧୪ ଦିନିଆ ତାଲାବନ୍ଦ ଘୋଷଣା ହୋଇଛି । ଏଠି ପ୍ରଶ୍ନ ଉଠୁଛି ପଶ୍ଚିମବଙ୍ଗରେ ସୁଟିଂ ସେଟରେ ସଂକ୍ରମଣ ବ୍ୟାପିଲା ପରେ ଚେତିଲା କି ଓଡିଶା । କାରଣ ଓଡିଶାରେ ସଂକ୍ରମଣ ଉପରମୁହାଁ ଥିବାବେଳେ ଏଯାଏ ଫିଲ୍ମ ଓ ସିରିଏଲ ସୁଟିଂ ଉପରେ କୌଣସି କଟକଣା ଲଗାଯାଇନଥିଲା ।
ରାଜ୍ୟରେ ଏବେ ସବୁ ଫିଲ୍ମ ଓ ସିରିଏଲର ସୁଟିଂ ବନ୍ଦ କରିବାକୁ ଏସଆରସିଙ୍କ ନିର୍ଦ୍ଦେଶ । ସମସ୍ତ ପ୍ରକାର ଇନଡୋର , ଆଉଟଡୋର ସୁଟିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣକୁ ଦ୍ରୁତ ଗତିରେ ବ୍ୟାପୁଥିବାରରୁ ଏହାକୁ ନଜରରେ ରଖି ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ ବିଭାଗକୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ଏବେ ନିୟନ୍ତ୍ରଣ ବାହାରେ ସଂକ୍ରମଣ । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଲକଡାଉନ , ସଟଡାଉନ ସତ୍ୱେ ସଂକ୍ରମଣ କମିବାର ନାଁ ନେଉନାହିଁ । ଏଭଳି ପରିସ୍ଥିତିରେ କଟକଣାକୁ ଆହୁରି କଡାକଡି କରିଛନ୍ତି ସରକାର ।
ରାଜ୍ୟରେ କରାଯାଉଥିବା ସମସ୍ତ ଚଳଚିତ୍ର ଓ ସିରିଏଲ ସୁଟିଂ ଏବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।ସୁଟିଂ ସମୟରେ ବହୁ ଲୋକ ଏକାଠି ହୋଇଥାଏ । ତେଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଇନଡୋର ଓ ଆଉଟଡୋର ଫିଲ୍ମ ଏବଂ ସିରିଏଲ ସୁଟିଂ ବନ୍ଦ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ ଏବେ ସଂକ୍ରମଣ ଉପରମୁହାଁ ଅଛନ୍ତି । ଗତ ୨୪ ଘଂଟାରେ ୧ ହଜାର ୭୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯେଉଁଥିରେ ଖୋର୍ଦ୍ଧାରୁ ସର୍ବାଧିକ ଅଛନ୍ତି ଦିନକରେ ଖୋର୍ଦ୍ଧରୁ ୧୭୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି ।