THE BYAPINI

ଆଜିଠୁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର

Get real time updates directly on you device, subscribe now.

ଆଜିଠୁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ଉଭୟ ଶ୍ରୀମନ୍ଦିର ସିଂହଦ୍ୱାର ଓ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଆଜିଠୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି ।
ଭକ୍ତଙ୍କୁ ସୁବିଧାରେ ଦର୍ଶନ ସୁଯୋଗ ଦେବା ପାଇଁ ପଶ୍ଚିମଦ୍ୱାର ନିକଟରେ ସ୍ଥାୟୀ ସେଡ୍ ନିର୍ମାଣ ଆରମ୍ଭ ହୋଇଛି । ଦକ୍ଷିଣଦ୍ୱାରରୁ ପଶ୍ଚିମଦ୍ୱାରକୁ ଏହି ସେଡ୍ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଚାହୁଁଥିବା ଭକ୍ତଙ୍କୁ ଦକ୍ଷିଣ ଦ୍ୱାରରୁ ନିର୍ମାଣାଧୀନ ଏହି ସେଡ୍ ଦେଇ ଛଡାଯାଉଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଚାରିଦ୍ୱାରରୁ ଛାଡିବାକୁ ବହୁ ଦିନରୁ ଦାବି ହୋଇ ଆସୁଥିଲା । ଗତ ୨୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାରରୁ ଭକ୍ତଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଛାଡିବା ପାଇଁ ନିଷ୍ପତ୍ତି ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.