୧୨.୨୫ କୋଟି ଟଙ୍କାରେ ଶ୍ରେୟସଙ୍କୁ କିଣିଲା କୋଲକତା
ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ୧୫ଶ ସଂସ୍କରଣର ମେଗା ଅକ୍ସନର ପ୍ରଥମ ଦିନରେ ମାର୍କି ଖେଳାଳିଙ୍କୁ ମୋଟା ଦାମରେ କିଣିଛନ୍ତି ଫ୍ରାଞ୍ଚାଇଜି। ଶ୍ରେୟାସ ଆୟରଙ୍କୁ କିଣିଛି କୋଲକାତା ନାଇଟ ରାଇଡର । କୋଲକାତା ତାଙ୍କୁ ୧୨ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ତେବେ ଶ୍ରେୟାସଙ୍କୁ ନେଇ ଅନେକ ଦଳ ନିଲାମୀ ଡାକିଥିଲେ । ହେଲେ ଏଥିରେ ବାଜି ମାରିନେଇଥିଲା କୋଲକାତା । ତେବେ କୋଲକାତା ଶ୍ରେୟାସଙ୍କୁ ଅଧିନାୟକ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
ଭାରତର ଷ୍ଟାର୍ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ବଡ଼ ଦାମରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ। ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ରଖିଥିବା ଆୟରଙ୍କୁ କୋଲକାତା ୧୨.୨୫ କୋଟି ଟଙ୍କାରେ କିଣି ନେଇଛି। ପୂର୍ବରୁ ଆୟର ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ପକ୍ଷରୁ ଖେଳିଥିଲେ। ସେ ମଧ୍ୟ ଦିଲ୍ଲୀ ଟିମର କ୍ୟାପଟେନ୍ ମଧ୍ୟ ରହିଆସିଥିଲେ। ହେଲେ ଚଳିତ ସଂସ୍କରଣ ପାଇଁ ସେ ନିଜକୁ ଟିମରୁ ରିଲିଜ୍ କରିନେଇଥିଲେ। ଏବେ ସେ କୋଲକାତାକୁ ଯାଇଥିବାରୁ ଏହି ଟିମର କ୍ୟାପଟେନ୍ ହୋଇପାରନ୍ତି।ଶ୍ରେୟାସଙ୍କ ବ୍ୟତୀତ କୋଲକାତା ପ୍ୟାଟ କୁମିନ୍ସଙ୍କୁ ମଧ୍ୟ ଦଳରେ ସାମିଲ କରିଛି ।
ସେହିପରି ଅନ୍ୟ ଭାରତୀୟ ତଥା ଶିଖର ଧୱନ୍ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ମଧ୍ୟ ଭଲ ଦାମ ମିଳିଛି। ଅକ୍ସନର ପ୍ରଥମ ଖେଳାଳି ଭାବେ ନିଲାମ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ଶିଖର ଧୱନ୍। ଧୱନଙ୍କୁ ପଞ୍ଜାବ କିଙ୍ଗସ୍ ୮.୨୫ କୋଟି ଟଙ୍କାରେ କିଣି ନେଇଛି। ସେହିପରି ଟିମ୍ ଇଣ୍ଡିଆର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ।ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ୭.୨୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି। ତାଙ୍କୁ ପୁଣି କୋଲକାତା ନାଇଟ୍ ରାଇଡର୍ସ କିଣିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ଏକ ନମ୍ବର ପେସ୍ ବୋଲର କାଗିସୋ ରବାଡାଙ୍କୁ କିଣିଛି ପଞ୍ଜାବ କିଙ୍ଗସ୍। ଏହି ଫ୍ରାଞ୍ଚାଇଜି ପାଇଁ ରବାଡା ୯.୨୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି।ସେହିପରି ଭାରତର ଷ୍ଟାର୍ ବୋଲର ମହମ୍ମଦ ଶାମିଙ୍କୁ ୬.୨୫ କୋଟି ଟଙ୍କାରେ କିଣିଛି ଗୁଜରାଟ ଟାଇଟନ୍ସ। ପୂର୍ବରୁ ଶାମି ପଞ୍ଜାବ କିଙ୍ଗସ୍ ପକ୍ଷରୁ ଖେଳିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଭେଟେରାନ୍ ତଥା ଚେନ୍ନାଇ ସୁପର୍ କିଙ୍ଗସର ନିୟମିତ ଓପ୍ନର ଫାଫ୍ ଡୁପ୍ଲେସିସଙ୍କୁ ୭ କୋଟି ଟଙ୍କାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଛି।