THE BYAPINI

ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ

Get real time updates directly on you device, subscribe now.

ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ । ବର୍ଷା ଓ କୁହୁଡି ଯୋଗୁଁ ବନ୍ଦ ରହିଲା ଜାତୀୟ ଉଦ୍ୟାନ ।ପାଗ ଶୁଖିଲା ହେଲା ପରେ ଶିମିଳିପାଳ ଖୋଳିବ । ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ନଭେମ୍ବର ପହିଲାରୁ ଶିମିଳିପାଳ ଖୋଲିଥିଲା । ପ୍ରଥମ ଦିନରେ ଶିମିଳିପାଳର ଅପୂର୍ବ ଶୋଭାରାଜିକୁ ୧୯୩ ପର୍ୟ୍ୟଟକ ଉପଭୋଗ କରିଥିଲେ । ତେବେ, ଚଳିତ ଥର ପର୍ୟ୍ୟଟକଙ୍କ ପାଇଁ ନୂଆ ଧରଣର ବ୍ୟବସ୍ଥା କରାଯାଇଛି । ଉଭୟ ଶିଶୁ ଏବଂ ଆଡଲ୍ଟଙ୍କ ପାଇଁ ଗଛ ଚଢ଼ା(ଟ୍ରି କୋର୍ସ)ର ବ୍ୟବସ୍ଥା କରାଯାଇଛି । ଶିଶୁମାନଙ୍କ ପାଇଁ ପ୍ରାୟ ୪-୬ ଫୁଟ୍ ଉଚ୍ଚାର ଗଛ ଚଢ଼ା ବ୍ୟବସ୍ଥା ହୋଇଥିବାବେଳେ ବୟସ୍କଙ୍କ ପାଇଁ ୧୨ଫୁଟ୍ରୁ ଅଧିକ ଗଛ ଚଢ଼ାର ବ୍ୟବସ୍ଥା ହୋଇଛି। ଗୁଡ଼ୁଗୁଡ଼ିଆରେ ମଧ୍ୟ ଏହି ଟ୍ରି କୋର୍ସର ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.