THE BYAPINI

ନିଆଁର ଆଁରେ ଶିମିଳିପାଳ

Get real time updates directly on you device, subscribe now.

ନିଆଁର ଆଁ ଭିତରୁ ମୁକୁଳି ପାରୁନି ଶିମିଳିପାଳ ଅଭୟାରଣ୍ୟ । ୧୦ ଦିନ ପରେ ଆଜି ବି ଜଳୁଛି ଶିମିଳିପାଳ ।ଶିମିଳିପାଳକୁ ଲାଗିଥିବା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳର ସବୁଠି କ୍ଷୀପ୍ର ଗତିରେ ବ୍ୟାପୀ ଚାଲିଛି ଜଙ୍ଗଲ ନିଆଁ। ଶିମିଳିପାଳର କୋର ଅଂଚଳରେ ନିଆଁ କେତେଦୂର ବ୍ୟାପିଛି ? ୨୭୫୦ କିଲୋମିଟର ବିଶିଷ୍ଟ ଶିମିଳିପାଳରେ ନିଆଁ କେଉଁ ଯାଏଁ ଲାଗିଛି ? କେତେ ଅଂଚଳ ଏବେ ସୁଦ୍ଧା ଜଳିଗଲାଣି ? କେତେ ଜୀବଜନ୍ତୁ ମରିଗଲେଣି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ବି ଖୋଜାଚାଲିଛି ।

୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳ ଜୈବମଣ୍ଡଳର ପ୍ରାୟ ୩୦ରୁ ଅଧିକ ସ୍ଥାନରେ ଏବେବି ଜଳୁଛି ଜଙ୍ଗଲ ନିଆଁ। ଅଭୟାରଣ୍ୟର କୋର୍ ଓ ବଫର ଏରିଆରେ ଲାଗିଥିବା ନିଆଁକୁ ଲିଭାଇବାକୁ ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର ଟିମ୍। ଅଭୟାରଣ୍ୟର ଉତ୍ତରରେ ଥିବା ବରେହିପାଣି, ତୁଳସୀବଣ, ଚଢେଇ ପାହାଡ଼, ଗୁଡୁଗୁଡ଼ଇା ଓ ନାଣା ଆଦି ସ୍ଥାନରେ ଜଳୁଥିବା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି । ସେପଟେ ଅନନ୍ତପୁର, ବାଲିନାଳ, ଖଣ୍ଡାଚିରା, ନଛିପୁରର ବନାଗ୍ନିକୁ ଲିଭାଇବାରେ ସଫଳ ହୋଇଛି ବନ ବିଭାଗ ।

ଗୋଟିଏ ପଟେ ବନ ବିଭାଗ କହୁଛି ଶିମିଳିପାଳରେ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ଅନ୍ୟପଟେ ଆଶଙ୍କା କରାଯାଉଛି ଜଙ୍ଗଲରେ ନିଆଁ ସେହିଭଳି ଜଳୁଛି । ଏହାକୁ ରୋକିବା ଦିଗରେ ରାଜ୍ୟ କିମ୍ବା ଜିଲ୍ଲା ପ୍ରଶାସନ କିଛି ଠୋସ ପଦକ୍ଷେପ ନେଇନଥିବାରୁ ଏସିଆର ଦ୍ୱିତୀୟ ବୃହତମ ଜୈବ ମଣ୍ଡଳ ଶିମିଳିପାଳର ସ୍ଥିତି ସଂଗୀନ ହୋଇପଡିଛି । ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱବଧାରକ କହିଛନ୍ତି, ଶିମିଳିପାଳ ଏତେ ବିସ୍ତୀର୍ଣ୍ଣ ଅଂଚଳ ଯେ ଗୋଟିଏ ଦିନରେ ନିଆଁ ଲିଭାଇବା ସମ୍ଭବ ନୁହେଁ । ଏବେ ବି କୋର ଏରିଆରେ ନିଆଁ ଜଳୁଛି । ଏବେ ବି ଗଛ ଜଳୁଛି, ଜଙ୍ଗଲ ଜଳୁଛି

Get real time updates directly on you device, subscribe now.

Leave A Reply

Your email address will not be published.