THE BYAPINI

ଡ୍ରଗ୍ସ ମୁକ୍ତ ହେବ ଟୁଇନ ସିଟି

Get real time updates directly on you device, subscribe now.

କଟକରୁ ପୁଣି ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର । ସ୍ପେଶାଲ ସ୍କ୍ବାଡ୍ ଓ ଲାଲବାଗ ଥାନା ପୋଲିସ ମିଳିତ ଅପରେସନରେ ଜବତ କରିଛି । ଏକ କିଲୋ ୫୯ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏନେଇ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ ୪ ଜଣ, କଟକ ଓ ପୁରୀରୁ ଜଣେ ଲେଖାଏଁ ଥିବା ଜଣାପଡିଛି ।
ଗତ ୫ମାସରେ କଟକ ସହରରୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ ହୋଇସାରିଲାଣି । କୋଲକାତା ପଟୁ ଜଳେଶ୍ବର, ବାଲେଶ୍ବର ଦେଇ ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ଯାଉଛି । କରୋନା ଲକଡାଉନ ଓ ସଟଡାଉନର ଫାଇଦା ନେଇ ଅପରାଧୀମାନେ ଡ୍ରଗ୍ସ କାରବାରକୁ ଜୋରଦାର କରିତିବା କହିଛନ୍ତି ସିପି । କୋଲକାତାରୁ ବାଲେଶ୍ୱର ଜଳେଶ୍ୱର ଦେଇ ବେଆଇନ ଡ୍ରଗ୍ସ କାରବାର ହେଉଛି । ଆଗକୁ ଟ୍ୱିନସିଟିକୁ ନିଷିଦ୍ଧ ଡ୍ରଗ୍ସ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସ ଲକ୍ଷ୍ୟ ରଖିଥିବା ପୋଲିସ କମିଶନର କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.