THE BYAPINI

ପୋଷ୍ଟମର୍ଟମ ରିପୋର୍ଟ: କେତେ ସତ କେତେ ମିଛ?

Get real time updates directly on you device, subscribe now.

ଯାଆଁଳା ଫାଣ୍ଡି ପରିସରରୁ ଜବତ ଗାଡିରୁ କଙ୍କାଳ ମିଳିବା ଘଟଣାରେ ସାମନାକୁ ଆସିଲା ଶବ ବ୍ୟବଚ୍ଚେଦ ରିପୋର୍ଟ । ଶରୀର ଉପରେ କୌଣସି ଶକ୍ତ ଆଘାତ କରାଯାଇନଥିବା ବ୍ୟବଚ୍ଚେଦ ରିପୋର୍ଟରେ ଉଲ୍ଲେଖ ରହିଛି । ମହିଳା ଜଣଙ୍କ ଅସୁ୍ସ୍ଥ ଥିବା ପ୍ରାଥମିକ ପରୀକ୍ଷା ଓ ପରବର୍ତୀ କଙ୍କାଳ ପରୀକ୍ଷଣରୁ ଜଣାପଡଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ କେତେ ସତ କେତେ ମିଛ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଯଦି ପୋଷ୍ଟମର୍ଟମ ରିପୋର୍ଟରେ କିଛି ଅସୁବିଧା ନଥିଲା ତାହେଲେ ଏତେ ଦିନ ଧରି କାହିଁକି ଘଟଣାକୁ ଚପାଯାଇଥିଲା ସେ ନେଇ ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା ।

କଙ୍କାଳ ମିଳିଥିବା ମହିଳାଙ୍କ ବୟସ ୪୫ ବର୍ଷ ହେବ । ଉଚ୍ଚତା ୧୬୪ ସେଂଟିମିଟର । ମୃତ୍ୟୁ ପୂର୍ବରୁ ମହିଳା ଜଣକ କ୍ରନିକ ରୋଗ,ଯକ୍ଷ୍ମା ଭଳି ରାଗରେ ପୀଡିତ ଥିବା ଶବ ବ୍ୟବଚ୍ଚେଦ ରିପୋର୍ଟରୁ ଜଣାପଡିଛି । ଯଦି ମହିଳାଙ୍କ ମୃତ୍ୟୁ ଅସୁସ୍ଥତା ନେଇ ହୋଇଥିଲା ତାହେଲେ ଫାଣ୍ଡି ପରିସରରେ ଥିବା ଜବତ ଗାଡି ଭିତରୁ ମହିଳା ଆସିଲେ କେମିତି । ସେ ନିଜେ ଆସିଥିଲେ ? ନା ତାଙ୍କୁ କିଏ ଏଠାକୁ ନେଇକି ଆସିଥିଲେ ? ତାହା ଏବେ ସନ୍ଦେହ ଘେରରେ ।

ସେପଟେ ମହିଳା ହୋଇଥିବାରୁ ମାମଲାର ତଦନ୍ତ ଦାୟିତ୍ୱ ତେବେ ମହିଳା ଥାନାକୁ ଦିଆଯାଇଥିବା ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । କଙ୍କାଳର ପରିଚୟ ଖୋଜିବ ପୁଲିସ । କଙ୍କାଳର ସ୍କେଚ ତିଆରି କରାଯିବ । ହାଇଦ୍ରାବାଦ ପଠାଯିବ ଖପୁରୀ ଓ କଙ୍କାଳର ଫଟୋ । ୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୁଲିସ ଗାଡିଟିକୁ ସିଜ୍ କରିଥିଲା। ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ଫାଣ୍ଡି ବାହାରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.