THE BYAPINI

ସ୍କେଚରୁ ମିଳିବ ପରିଚୟ?

Get real time updates directly on you device, subscribe now.

ଜାଆଁଳା ଫାଣ୍ଡି ପରିସରରେ ଥିବା କାର୍‌ ଭିତରୁ ମହିଳାଙ୍କ ନରକଙ୍କାଳ ମିଳିବା ଘଟଣାର ତଦନ୍ତରେ ଆଉ ପାଦେ ଆଗକୁ ବଢିଛି କମିଶନରେଟ୍ ପୋଲିସ । କଙ୍କାଳ ଦେଖି ଅଙ୍କା ଯାଇଥିବା ମହିଳାଙ୍କ ପ୍ରଥମ ସ୍କେଚ୍ ହସ୍ତଗତ ହୋଇଛି । ବେଙ୍ଗଲୁରୁରୁ ଆସିଲା ନରକଙ୍କାଳର ପ୍ରଥମ ସ୍କେଚ୍ । ମହିଳାଙ୍କ ପରିଚୟ ପାଇଁ ବିଭିନ୍ନ ସ୍ଥାନରେ ଏହି ସ୍କେଚ୍‌ ବୋଲି ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି ।

ସ୍କେଚରୁ ମିଳିବ କି ପରିଚୟ? ବେଙ୍ଗାଲୁରୁର ଏକ ଫୋରେନସିକ୍‌ ଲ୍ୟାବ୍‌ ମୃତ ମହିଳାଙ୍କ ସ୍କେଚ ତିଆରି କରିଛି । ସ୍କେଚରେ ମହିଳା ଜଣକ ବୟସ୍କ ବୋଲି ଜଣାପଡ଼ିଛି । ତେବେ କିଏ ସେହି ମହିଳା ? କେମିତି ତାଙ୍କ ମୃତଦେହ କାର୍ ଭିତରୁ ମିଳିଲା ? ଏବେ ସୁଦ୍ଧା ଏହି ପ୍ରଶ୍ନର ଉତ୍ତର ମିଳିପାରି ନାହିଁ । ଅନ୍ୟପଟେ ମାମଲାର ତଦନ୍ତ ଭାର ନେଇଥିବା ମହିଳା ଥାନା ଇନ୍‌ସ୍‌ପେକ୍ଟର ବନୀତା ମହାରଣା ଯାଁଳା ଅଞ୍ଚଳର ୧୨ ଜଣଙ୍କୁ ଜେରା କରିଛନ୍ତି । ଏଥିରେ ୩ ଜଣ ବ୍ୟବସାୟୀ, ଫାଣ୍ଡିର ଦୁଇ ଜଣ କର୍ମଚାରୀ ଓ ସାଧାରଣ ଲୋକ ଅଛନ୍ତି । ବିଭିନ୍ନ ସମୟରେ ଫାଣ୍ଡିକୁ ଅଭିଯୋଗ କରିବାକୁ ଆସିଥିବା କେତେକଙ୍କୁ ସେ ଚିହ୍ନଟ କରିଛନ୍ତି ।

ମହିଳାଙ୍କ କଙ୍କାଳ ଚିହ୍ନିବା ପାଇଁ ଡିଏନ୍‌ଏ ଟେଷ୍ଟ୍‌ ପାଇଁ ପଠା ଯାଇଥିଲା। ଶରୀରର ଅଂଶବିଶେଷ ସଂଗ୍ରହ କରାଯାଇ ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯାଇଥିଲା। ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି ଫୋରେନସିକ୍ ଲ୍ୟାବ୍‌କୁ ପଠାଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାର ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି। ୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ପୋଲିସ୍ ଏକ‌ ମହିନ୍ଦ୍ରା କାର୍‌ ଜବତ କରିଥିଲା। ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ତେବେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଗାଡ଼ି ଭିତରୁ କିଛିଦିନ ତଳେ କଙ୍କାଳ ଉଦ୍ଧାର ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.