THE BYAPINI

ବିଜୁ ମହିଳା ଦଳର ନୂଆ ସଭାନେତ୍ରୀ

Get real time updates directly on you device, subscribe now.

ବଦଳିଲେ ବିଜୁ ମହିଳା ଦଳର ସଭାନେତ୍ରୀ । ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । ତେବେ ଏନେଇ ବିଜେଡି କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଦଳର ନୂଆ ସଭାନେତ୍ରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ଏନେଇ ଦଳର ସାଧାରଣ ସମ୍ପାଦକ ଗଣମାଧ୍ୟମ ବ୍ୟାପାର ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।

୨୦୧୮ ନଭେମ୍ବର ମାସରୁ ମିନତୀ ବେହେରା ବିଜୁ ମହିଳା ଦଳର ସଭାପତି ରହି ଆସିଥିଲେ । ଏବେ ଏହି ପଦବୀରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ନେହାଙ୍ଗିନୀ ଛୁରିଆ ପ୍ରଥମ ଥର ପାଇଁ ୨୦୧୪ ମସିହାରେ ଅତାବିରା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ଶିକ୍ଷକତାରୁ ରାଜନୀତିକୁ ଆସିଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୦୧୪ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ବୟନଶିଳ୍ପ ମନ୍ତ୍ରୀ ରହିଥିଲେ । ସେହିଭଳି ୨୦୧୪ରୁ ୨୦୧୭ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରହିଥିଲେ ସ୍ନେହାଙ୍ଗିନୀ ଛୁରିଆ ।

Get real time updates directly on you device, subscribe now.

Leave A Reply

Your email address will not be published.