THE BYAPINI

ଡବଲ ଡୋଜ ଭ୍ୟାକସିନ ପରେ ବି କାହିଁକି ହେଉଛି ମୃତ୍ୟୁ?

Get real time updates directly on you device, subscribe now.

ଭ୍ୟାକ୍ସିନ୍ ନେଲେ ୭୦ରୁ ୯୦ ପ୍ରତିଶତ ସୁରକ୍ଷିତ ରହିବା କଥା । ହେଲେ ଦୁଇଟି ଡୋଜ୍ ଟିକା ପରେ ବି ଅନେକ ଲୋକ ସଂକ୍ରମିତ ହେଉଛନ୍ତି । ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି ।ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହାର କାରଣ ଖୋଜିବା ପାଇଁ କାର୍ୟ୍ୟ ଆରମ୍ଭ କରିଛି ସରକାରଙ୍କ ଗଠିତ ବୈଷୟିକ କମିଟି ।

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଆଦର୍ଶ ସ୍କୁଲ ଅଧ୍ୟକ୍ଷ ବିଜୟ ସାହୁ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଏହି ୩ ଜଣ ରାଜ୍ୟର ପ୍ରମୁଖ ବ୍ୟକ୍ତି ନିକଟରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । କିନ୍ତୁ ଏମାନେ ସମସ୍ତେ ଟିକାର ଦୁଇଟି ଡୋଜ ନେଇ ସାରିଥିଲେ । ଅନେକ ସାଧାରଣ ଲୋକ ବି ଟିକା ନେଇ କରୋନା ସଂକ୍ରମିତ ହେଉଛନ୍ତି । ଏପରିକି ମୃତ୍ୟୁ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ପ୍ରଶ୍ନ ଉଠୁଛି, ଯେ ଟିକା ନେବା ପରେ କାହିଁକି ଆବଶ୍ୟକ ପରିମାଣର ଆଂଟିବଡି ସୃଷ୍ଟି ହୋଇପାରିଲା ନାହିଁ । ନା’ ଶରୀରରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ଠାରୁ ଶକ୍ତିଶାଳୀ ହୋଇଗଲା କରୋନା ଭୂତାଣୁ । ଏ ନେଇ ସଠିକ୍ ଉତର ଏପର୍ୟ୍ୟନ୍ତ କାହା ପାଖରେ ନାହିଁ । ଆଇଏଲସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି କିଛି ଘଟଣାରେ ଡବଲ ଡୋଜ୍ ନେବାର କେତେ ଦିନ ପରେ ମୃତ୍ୟୁ ହୋଇଛି ତାର ଅନୁଧ୍ୟାନ କରାଯାଉଛି । ତେବେ ଭାକ୍ସିନ ନେବା ପରେ ୭୫ ପ୍ରତିଶତ ଲୋକଙ୍କୁ ମେଡିକାଲ ଯିବାକୁ ପଡ଼ୁନି । ଆଇଏଲସ୍ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ୮ଜଣିଆ କମିଟି ଆଜିଠାରୁ ତା’ର ତର୍ଜମା ଆରମ୍ଭ କରିଛି । ଏହି କମିଟି ବିଶେଷକରି ୪ଟି ଦିଗ ଉପରେ କାର୍ୟ୍ୟ କରିବେ ।
୧- ରାଜ୍ୟରେ କେତେ ଲୋକଙ୍କୁ ଦୁଇ ଡୋଜ୍ ଭ୍ୟାକ୍ସିନ ନେବା ପରେ ସଂକ୍ରମଣ ହୋଇଛି ?
୨- ଦୁଇ ଡୋଜ ନେବାର କେତେ ଦିନ ପରେ ସେମାନଙ୍କୁ ସଂକ୍ରମଣ ହୋଇଛି ?
୩- ଯଦି ସଂକ୍ରମଣ ହୋଇଛି ତେବେ ସିଭିୟରିଟି କେତେ ଥିଲା ?
୪- ଯଦି ସିଭିୟରିଟି ଥିଲା ଡେଥ୍ ହୋଇଛି, ତେବେ ତାଙ୍କ ଭିତରେ କିଛି ଅଲଗା ରୋଗ ଥିଲା ନା’ ଏହା ସମ୍ପୂର୍ଣ୍ଣ କୋଭିଡ୍ ଡେଥ୍ ।
ଏହା ଉପରେ କମିଟି ଡାଟା ପ୍ରସ୍ତୁତ କରି ତର୍ଜମା କରୁଛନ୍ତି । ତେବେ ଏଥି ପାଇଁ କିଛି ସମୟ ଲାଗବ । ସେଥିପାଇଁ ଡବଲ ଡୋଜ୍ ଭାକ୍ସିନ ନେବା ପରେ ମଧ୍ୟ ସମସ୍ତେ କୋଭିଡ୍ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ ଓଉଗଜ ଡାଟା ଅନୁଯାୟୀ ଦେଶରେ ଟିକାର ପ୍ରଥମ ଡୋଜ୍ ନେଇ ୦.୦୪ ପ୍ରତିଶତ ଏବଂ ଦ୍ବିତୀୟ ଡୋଜ୍ ନେଇ ୦.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଭ୍ୟାକ୍ସିନ୍ର ଡବଲ ଡୋଜ ନେବା ପରେ ଗୁରୁତର ହେବା ଆଶା କମ୍। ଟିକା ନେବା ପରେ ବି ସମସ୍ତ କରୋନା ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ। ଆମ ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି। ଆମେ ଷ୍ଟେବଲ ଷ୍ଟେଜକୁ ଯାଉଛେ। କରୋନାର ତୃତୀୟ ଲହର ଆସିବା ନେଇ କେବଳ ଆକଳନ କରାଯାଉଛି। ମାତ୍ର ଏଥିପାଇଁ ଆମେ ଭୟଭୀତ ହେବାର ନାହିଁ। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।’

Get real time updates directly on you device, subscribe now.

Leave A Reply

Your email address will not be published.