THE BYAPINI

‘ପାର୍ବଣ ପାଇଁ ସତର୍କ ରୁହ’

Get real time updates directly on you device, subscribe now.

ପାର୍ବଣ ପୂର୍ବରୁ ଏସଓପି ଜାରି । ପାବଳୀ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପୁଣିଥରେ ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର । ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟ୍, ଟିକାକରଣ ଓ କୋଭିଡ ନିମୟକୁ କଡାକଡି ଭାବେ ପାଳିବାକୁ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଏହାସହ ସମସ୍ତ ମଲ୍ ଓ ବ୍ୟବସାୟିକ ପେଣ୍ଠସ୍ଥଳିରେ ଯେପରି ଗହଳି ନହୁଏ ସେଥିପାଇଁ କୋଭିଡ ଗାଇଡ ଲାଇନ୍ ମାନିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ।
ଯେଉଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ହାର ୫% ପ୍ରତିଶତ ଉପରକୁ ରହୁଛି ସେଠାରେ କୋଭିଡ କଟକଣାକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି । ଦେଶରେ ଟିକାକରଣ ୧୦୦ କୋଟିକୁ ଟପିଥିଲେ ବି ଦେଶରେ ସମ୍ପୂର୍ଣ୍ଣ ଟିକାକରଣ ନହେବା ଯାଏଁ ସତର୍କ ରହିବାକୁ କୁହାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.