‘ସୌମ୍ୟଙ୍କର ଥିଲା ଅନ୍ୟ ଝିଅ ସହ ସଂପର୍କ’
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହୋଇଯାଉଛି । ସୌମଙ୍କ ମୃତ୍ୟୁ ପଛରେ ୩ଜଣଙ୍କ ଡିଏଫଓ, ରୋଷେୟା ଓ ପତ୍ନୀଙ୍କ ସଂପୃକ୍ତ ଥିବା ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ବିଦ୍ୟାଭାଭାରତୀ ଦେଇଛନ୍ତି ବିସ୍ଫୋରକ ବୟାନ । ସୌମ୍ୟଙ୍କର ଅନ୍ୟ ଝିଅ ସହ ସଂପର୍କ ଥିଲା । ତାଙ୍କ ମୋବାଇଲରୁ ଆଇ ଲଭ ୟୁ ମେସେଜ ପଠାଇଥିଲେ ବୋଲି କହିଛନ୍ତି ବିଦ୍ୟାଭାରତୀ । ।
ସୌମ୍ୟଙ୍କର ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ତାଙ୍କୁ ମୋବାଇଲ୍ରେ ଆଇ ଲଭ ୟୁ ଲେଖି ପଠାଉଥିଲେ। ଦିନେ ସେ ମୋ ପାଖରେ ବସିଥିବା ବେଳେ ଏକ ଅଜଣା ନମ୍ବରରୁ ଫୋନ ଆସିଲା। ସେ ଫୋନ ଉଠାଇବା ପରିବର୍ତ୍ତେ ଡରିଗଲେ। ଫୋନ କାହିଁକି ରିସିଭ କରୁନ ବୋଲି ମୁଁ ତାଙ୍କୁ ପଚାରିଥିଲି। ଏହାପରେ ସେ ବାହାନା କରି ଚାଲ ବାହାରେ ବୁଲି ଆସିବା ବୋଲି କହିଥିଲେ। ଏହାପରେ ପ୍ରୋଜେକ୍ଟ ବିଷୟରେ କଥା ହେବା ପାଇଁ ଫୋନ୍ ଆସିଛି କହି ଇୟରଫୋନ ଲଗାଇ କଥା ହେଲେ। ମୁଁ ଇୟରଫୋନର ଗୋଟିଏ ତାର ଆଣି କାନରେ ଦେବାରୁ ସେ ମୋଠୁ ସଙ୍ଗେ ସଙ୍ଗେ ନେଇଗଲେ। ଫୋନ୍ରେ ଅପର ପାର୍ଶ୍ୱରୁ ଏକ ଝିଅର ସ୍ୱର ଶୁଭିଲା। ଝିଅଟି କହୁଥିଲା, କ’ଣ ସୌମ୍ୟ ମୋତେ ଭୁଲି ଗଲଣି। ଆଉ ଫୋନ୍ କରୁନା। ସେ ଆହୁରି କହିଛନ୍ତି, ଥରେ ସୌମ୍ୟ ମୋବାଇଲରେ କାହାକୁ ଆଇ ଲଭ ୟୁ ଲେଖି ମେସେଜ କରିଥିବା ଦେଖିଥିଲି। ଏହା ପରେ ବି ମୁଁ ତାଙ୍କୁ କେବେ କିଛି ଆକଟ କରି ନ ଥିଲି ବୋଲି କହିଛନ୍ତି ବିଦ୍ୟାଭାରତୀ ।
ପ୍ର୍ରଥମରୁ ସୌମ୍ୟଙ୍କ ମୃତ୍ୟୁ ପଛରେ ସନ୍ଦେହରେ ଥିବା ବିଦ୍ୟାଭାରତୀଙ୍କ ଏହି ବୟାନ ଘଟଣାକୁ ଆହୁରି ରହସ୍ୟ ଭିତରକୁ ଠେଲି ଦେଇଛି । ଶାଶୂ ଘର ଲୋକେ ଆଣିଥିବା ଅଭିଯୋଗ ଉପରେ ବିଦ୍ୟା କହିଛନ୍ତି, ଆମ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା। ଶ୍ୱଶୁର, ଶାଶୁଙ୍କ ସହ ମଧ୍ୟ ସମ୍ପର୍କ ଭଲ ଥିଲା। ଏପରିକି ହସ୍ପିଟାଲରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେ ମୋତେ ଆଇ ଲଭ ୟୁ କହିଥିଲେ। ମୁଁ ବି ତାଙ୍କୁ କହିଥିଲି। ଆମ ମଧ୍ୟରେ ବିବାହକୁ ନେଇ କୌଣସି ଏଗ୍ରିମେଣ୍ଟ ହୋଇ ନ ଥିଲା ବୋଲି କହିଛନ୍ତି ବିଦ୍ୟାଭାରତୀ ।