THE BYAPINI

ବିଦ୍ୟାଭାରତୀଙ୍କୁ ମାରାଥନ ଜେରା..ଏସିଏଫଙ୍କ ମୃତ୍ୟୁ ଉପରୁ ହଟିବ ପରଦା!

Get real time updates directly on you device, subscribe now.

ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ଏବେ ଶହ ଶହ ପ୍ରଶ୍ନ ଛିଡ଼ା କରିଛି । ଏହାରି ଭିତରେ ଆଜି ପାରଳାଖେମୁଣ୍ଡି ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ କପ୍ତିପଦା ସ୍ଥିତ ସୌମ୍ୟଙ୍କ ଶ୍ୱଶୁର ଘରେ ବିଦ୍ୟାଙ୍କୁ ମାରାଥନ୍ ଜେରା କରିଥିଲା । ଜେରା ପରେ ପୋଲିସ ବିଦ୍ୟା ଭାରତୀ ଓ ସୌମ୍ୟରଞ୍ଜନଙ୍କ ମୋବାଇଲ ଜବତ କରିଛି । ଜବତ ମୋବାଇଲକୁ ଟେକ୍ନିକାଲ ଟିମ୍ ଯାଞ୍ଚ କରିବ । ଆସନ୍ତାକାଲି ପୁଲିସ ବିଦ୍ୟା ଓ ତାଙ୍କ ବାପା, ମାଆଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି ।

ସେପଟେ ସୌମ୍ୟଙ୍କ ମୃତ୍ୟୁ ପଛରେ ଡିଏଫଓ, ପତ୍ନୀ ଓ ରୋଷେୟାଙ୍କ ହାତ ଥିବା ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରୁଥିବା ବେଳେ ଏବେ ତୃତୀୟ ବ୍ୟକ୍ତିଙ୍କ ନାଁ ସାମନାକୁ ଆସିଛି । ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କ ନାଁ ଏବେ ସାମନାକୁ ଆସିଛି । ସୌମ୍ୟଙ୍କ କ୍ୱାର୍ଟର ହେଉଛି ପାରଳାଖେମୁଣ୍ଡି ଥାନା ଅଧୀନରେ। ଯେତେବେଳେ ପାରଳାଖେମୁଣ୍ଡି ଥାନା ପୁଲିସ ସୌମ୍ୟଙ୍କ କ୍ୱାର୍ଟର ଯାଞ୍ଚ କରୁଥିଲେ, ସେହି ସମୟରେ ୟୁନିଫର୍ମରେ ମମତା ଓ ବିଦ୍ୟାଭାରତୀ ପଣ୍ଡା ସେଠାରେ ଥିଲେ। ତା’ ପରେ ଉଭୟ ମମତା ଓ ବିଦ୍ୟାଭାରତୀ ଗୋଟିଏ ଗାଡ଼ିରେ ଫରେଷ୍ଟ ଗେଟ୍‌ ଛକକୁ ଯାଇଥିଲେ। ସେଠାରେ ସେମାନଙ୍କୁ ଅପେକ୍ଷା କରିଥିଲା ସୌମ୍ୟଙ୍କ ଦରପୋଡ଼ା ଶରୀର। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ସେଠାରେ ଆମ୍ୱୁଲାନ୍ସ ଅଟକି ରହିଥିଲା। ଏବେ ପ୍ରଶ୍ ଉଠୁଛି ସେ କହିଁକି ସୌମ୍ୟଙ୍କୁ ଧରି ଯାଉଥିବା ଆମ୍ୱୁଲାନ୍ସକୁ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍‌ ଛକ୍‌ରେ ଅଟକାଇ ଥିଲେ?

ସେପଟେ ପୁଅ ମୃତ୍ୟୁର ତଦନ୍ତ ପାଇଁ ଡିଜିପିଙ୍କୁ ଭେଟି ଦାବି କରିବା ପରେ ପିସିସିଏଫଙ୍କୁ ଭେଟିଛନ୍ତି ବାପା ଅଭିରାମ ମହାପାତ୍ର । ନିରପେକ୍ଷ ତଦନ୍ତ ପାଇଁ ଗଜପତି ଡିଏଫଓଙ୍କ ବଦଳି ଦାବି କରିଛନ୍ତି । କାରଣ ପୁରା ମାମଲାରେ ମୂଳରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକାକୁ ସନ୍ଦେହ କରିଆସୁଛନ୍ତି ପରିବାର ।

Get real time updates directly on you device, subscribe now.

Leave A Reply

Your email address will not be published.