THE BYAPINI

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କରୋନା ପଜିଟିଭ୍

Get real time updates directly on you device, subscribe now.

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କରୋନା ପଜିଟିଭ୍ । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କେପଟାଉନରେ ସଙ୍ଗରୋଧରେ ରହିଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ।
ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା କରୋନା ଟିକାର ଡବଲ ଡୋଜ୍ ନେଇଥିଲେ । ଡବଲ ଡୋଜ୍ ନେଇଥିଲେ ବି ସେ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଟିକା ପ୍ରଭାବକୁ ହ୍ରାସ କରୁଛି କରୋନାର ନୂଆ ପ୍ରଜାତି । ବିଭିନ୍ନ ଦେଶରେ ଓମିକ୍ରନ ଭୂତାଣୁ ସଂପର୍କରେ ଅନୁଧ୍ୟାନ କରି ଏପରି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ କହିଛି, ଡେଲଟା ଭୂତାଣୁ ଠାରୁ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ । ତେବେ ରୋଗୀଙ୍କ ଠାରେ ଗୁରୁତର ଲକ୍ଷଣ ଦେଖା ଯାଉନାହିଁ । ନଭେମ୍ବର ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ହେବା ପରେ ଏହା ୬୩ଟି ଦେଶକୁ ଏହା ବ୍ୟାପିଗଲାଣି ।

Get real time updates directly on you device, subscribe now.

Leave A Reply

Your email address will not be published.