THE BYAPINI

ଆଜିଠୁ ଭୁବନେଶ୍ୱରରେ ଦିଆଯିବ ଋଷିଆ ଟିକା

Get real time updates directly on you device, subscribe now.

ଆଜିଠୁ ରାଜଧାନୀରେ ଭୁବନେଶ୍ୱରରେ ଦିଆଯିବ ଋଷିଆ ଟିକା ।କରୋନା ସଂକ୍ରମଣକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ପୂର୍ବରୁ ଓଡିଶାରେ କେବେଳ କୋଭିସିଲ୍ଡ ଓ କୋଭାକ୍ସିନ ଦିଆଯାଉଥିଲା । ତେବେ ଏବେ ଓଡିଶାରେ ସ୍ପୁଟନିକ ଭି ଟିକା ଉପଲବ୍ଧ ହୋଇଛି । ତେବେ ଏହି ଟିକା ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲରେ ଉପଲବ୍ଧ ହୋଇଛି ।

ଭୁବନେଶ୍ୱର କେୟାର ହସ୍ପିଟାଲରେ ଆଜିଠୁ ଋଷିଆ ଟିକା ସ୍ପୁଟନିକ ଭି ଦିଆଯିବ । କେୟାର ହସ୍ପିଟାଲ ସ୍ପୁଟନିକ ଭି ଟିକା ୬୦୦ ଡୋଜ ଆଣିଛି । ବୁକ କରିଥିବା ଲୋକଙ୍କୁ ଆଜିଠୁ ଏହି ଟିକା ଦିଆଯିବ । ଏହି ଟିକା ଦୁଇ ଥର ନେବାକୁ ପଡିବ ୨୧ ଦିନର ବ୍ୟବଧାନରେ । ସ୍ପୁଟନିକ ଭି ଟିକାର ମୂଲ୍ୟ ରହିଛଇ ୧୧ ଶହ ୪୫ ଟଙ୍କା । ତେବେ ଲୋକଙ୍କ ଚାହିଦାକୁ ଦେଖି ଏହି ଟିକା ଆହୁରି ମଗାଯିବ ବୋଲି ହସ୍ପିଟାଲ କତୃପକ୍ଷ କହିଛନ୍ତି ।
କେନ୍ଦ୍ର ସରକାରଙ୍କ କୋ-ୱିନ ଆପକୁ ଯାଇ ‘ସ୍ପୁଟନିକ ଭି’ ପାଇଁ ସ୍ଲଟ ବୁକ କରିପାରିବେ । ଏହି ଟିକା ୯୧ ପ୍ରତିଶତରୁ ଅଧିକ ପ୍ରଭାବି ବୋଲି କୁହାଯାଉଛି । ଗତ ଜୁନ ୬ ତାରିଖରୁ ଭାରତରେ ଉପଲବ୍ଧ ହେଉଛି ସ୍ପୁଟନିକ ଭି । ବର୍ତମାନ ସୁଦ୍ଧା ୬୦ ଟି ଦେଶରେ ସ୍ପୁଟନିକ ଭି ଟିକାର ବ୍ୟବହାର ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.