THE BYAPINI

ଆସନ୍ତା ସପ୍ତାହରେ ବଜାରରେ ମିଳିବ ଟିକା

Get real time updates directly on you device, subscribe now.

ମହାମାରୀ ଭୟ ଭିତରେ ଭଲ ଖବର । ଆସନ୍ତା ସପ୍ତାହରୁ ରୁଷିଆରୁ ଆମଦାନୀ କରାଯାଇଥିବା ସ୍ପୁଟନିକ୍ ଭି ଭାରତରେ ଉପଲବ୍ଧ ହୋଇପାରେ । ନୀତି ଆୟୋଗର ସ୍ଵାସ୍ଥ୍ୟ କମିଟିର ସଦସ୍ୟ ଭିକେ ପଲ୍ କହିଛନ୍ତି, ସ୍ପୁଟନିକ୍ ଭ୍ୟାକ୍ସିନ ଭାରତରେ ପହଞ୍ଚି ସାରିଛି। ଆଶା କରୁଛି ଆଗାମୀ ସପ୍ତାହରେ ଏହା ବଜାରରେ ଉପଲବ୍ଧ ହୋଇଯିବ ।ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହୁଥିବା ବେଳେ ଭ୍ୟାକ୍ସିନ୍ ଅଭାବରୁ ୧୮ରୁ ୪୪ ବୟସ୍କଙ୍କ ଟିକାକରଣ ପ୍ରାୟ ରାଜ୍ୟରେ ଆରମ୍ବ ହୋଇ ପାରୁନି । ଏଭଳି ସ୍ଥିତିରେ ଟିକାର ଫର୍ମୁଲା ଅନ୍ୟ କମ୍ପାନୀ ସହ ବାଣ୍ଟିବାକୁ ଅନେକ ରାଜ୍ୟ ଦାବି କରୁଛନ୍ତି ।

ନୀତି ଆୟୋଗର ସ୍ଵାସ୍ଥ୍ୟ କମିଟିର ସଦସ୍ୟ ଭିକେ ପଲ୍ କହିଛନ୍ତି, ଋଷର କମ୍ପାନୀ ଭାରତ କମ୍ପାନୀ ମାନଙ୍କ ସହ ମିଶି ଜୁଲାଇ ମାସରୁ ଦେଶରେ ସ୍ପୁଟନିକ-ଭି ଭ୍ୟାକ୍ସିନ ଉତ୍ପାଦନ ଆରମ୍ଭ କରିବେ । ଋଷରୁ ଆସିଥିବା ସ୍ପୁଟନିକ-ଭି ଭ୍ୟାକ୍ସିନ ଆସନ୍ତା ସପ୍ତାହରେ ଦେଶରେ ଉପଲବ୍ଧ ହେବ । ହେଲେ ଆଗକୁ କିପରି ଦେଶରେ ଏହାର ଉତ୍ପାଦନ ହେବ ତାର ପ୍ରୟାସ ମଧ୍ୟ ଜାରି ରହିଛି । ଭ୍ୟାକ୍ସିନର ଉତ୍ପାଦନ ଦେଶରେ ଜୁଲାଇ ମାସରୁ ଆରମ୍ଭ ହେବ ବୋଲି ଭିକି ପଲ କହିଛନ୍ତି ।ଭାରତରେ ସ୍ପୁଟନିକ୍ ଭ୍ୟାକ୍ସିନର ୧୫.୬ କୋଟି ଡୋଜ୍ ପ୍ରସ୍ତୁତ କରାଯିବ। ଦେଶରେ ଏ ପର୍ୟ୍ୟନ୍ତ ପ୍ରାୟ ୧୮ କୋଟି କରୋନା ଭ୍ୟାକ୍ସିନ ଦିଆଯାଇଛି। ଆମେରିକାରେ ସର୍ବାଧିକ ୨୬ କୋଟି ଲୋକଙ୍କ ଟିକାକରଣ ହୋଇ ସାରିଛି। ଟିକାକରଣ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ଲବ୍‌ ଅଗ୍ରୱାଲ। ସୂଚନା ଅନୁସାରେ, ବର୍ତ୍ତମାନସମୟରେ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ଆସାମରେ ସଂକ୍ରମଣ ବଢୁଛି। ଏହାସହ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ,ମଣିପୁରରେ ବି ବଢୁଛି ସଂକ୍ରମଣ। ଦେଶର ମୋଟ ୧୮୭ ଜିଲ୍ଲାରେ ସଂକ୍ରମଣ ବଢ଼ିଚାଲିଥିବା ଦେଖାଯାଉଛି

Get real time updates directly on you device, subscribe now.

Leave A Reply

Your email address will not be published.