THE BYAPINI

ଜାଗରରେ ଜମିବନି ଗହଳି..ମେଳାକୁ ନା

Get real time updates directly on you device, subscribe now.

କରୋନା ମହାମାରୀକୁ ଦୃଷ୍ଟିର ରଖି ଜାଗର ଯାତ୍ରା ପାଇଁ ଜାରି ହୋଇଛି କଟକଣା । ଆଗାମୀ ୧୧ ତାରିଖରେ ମହାଶିବରାତ୍ରୀ। ମହାମାରୀକୁ ଦୃଷ୍ଟିରେ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।ମନ୍ଦିର ଭିତରେ ଓ ବାହାରେ ଗହଳି ଉପରେ କଟକଣା ଜାରି କରାଯାଇଥିବା ବେଳେ ଯେପରି କୌଣସି ମେଳା ନ ପଡେ ତାହା ଉପରେ ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି । ଏନେଇ ସମସ୍ତ ଜିଲ୍ଳାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ମହାଶିବରାତ୍ରୀରେ ମନ୍ଦିରରେ ହଜାର ହଜାର ଭ୍କ୍ତଙ୍କ ଭିଡ଼ ହୋଇଥାଏ । ଶ୍ରଦ୍ଧାଳୁ ଉଜାଗର ରହି ଦୀପ ଜାଳନ୍ତି । ଏଥର ଜାଗର ଦିନ ମନ୍ଦିର ପରିସରରେ ଓ ବାହାରେ ଗହଳି ନ କରିବାକୁ ନିର୍ଦ୍ଦେଶ ରହିଛି । ମେଳା ବସିବା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ପୂର୍ବରୁ ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠରେ ମେଳା ବସିଥାଏ । କିନ୍ତୁ ଏଥର ମେଳା ବସିବା ଉପରେ କଟକଣା ଜାରି କରାଯାଇଛି । ତେବେ ଏହି ସବୁ ନିର୍ଦ୍ଦେଶାନାମା ଉଲ୍ଲଂଘନ କଲେ କଡ଼ା କାର୍ୟ୍ୟାଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏସଆରସି।

ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ କରୋନା କଟକଣା ମଧ୍ୟରେ ପାଳିତ ହେବ ମହାଶିବରାତ୍ରି । ଏଥିନିମନ୍ତେ ଆଜିଠୁ ମନ୍ଦିରର ସେବାୟତ ଓ ସେଠାରେ ନିୟୋଜିତ ହେବାକୁ ଥିବା ପୁଲିସ୍‌ କର୍ମଚାରୀଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ପୂର୍ବରୁ ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଥିଲା। ଚଳିତ ବର୍ଷ ରାତି ୧୦ଟା ପରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିଭଳି ମନ୍ଦିରରୁ ବାହାରିବେ ସେ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯିବ।

Get real time updates directly on you device, subscribe now.

Leave A Reply

Your email address will not be published.