THE BYAPINI

ଶନିବାର ରାତିରେ ବନ୍ୟା!

Get real time updates directly on you device, subscribe now.

ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ସୂଚନା । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି । ଶନିବାର ରାତିରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି । କେନ୍ଦ୍ରାପଡା,ଜଗତସିଂହପୁର,ପୁରୀ,କଟକ । ଏହି ୪ ଜିଲ୍ଲାରେ ବନ୍ୟା ଆଶଙ୍କା ଥିବା ଏସଆରସି କହିଛନ୍ତି ।
ଉପକୂଳ ଜିଲ୍ଲାରେ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ ମୁତୟନ ଅଛନ୍ତି ।ଓଡ୍ରାଫ-୩୦,ଏନଡିଆରଏଫ-୧୨,ଅଗ୍ନିଶମର-୧୦ଟି ଟିମ ମୁତୟନ ଅଛନ୍ତି ।ବନ୍ୟାରେ ଏବେ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ, ୨ ନିଖୋଜ ହୋଇଛନ୍ତି ।
ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପହଞ୍ଚିବ । ଯାଜପୁର ଓ କେନ୍ଦ୍ରାପଡାରେ ଏହାର ପ୍ରଭାବ ଦେଖାଦେବ । ଆସନ୍ତାକାଲି ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିପାରେ । ୧୯ ତାରିଖରେ ପୂର୍ଣ୍ଣମୀ ଥିବାରୁ ଜଳ ନିଷ୍କାସନରେ ବିଳମ୍ବ ହେବ । ହାଇଆଲର୍ଟ ଜିଲ୍ଲାଗୁଡିକ ପାଇଁ ଜଣେ ସିନିୟର ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ଦୁର୍ବଳ ନଦୀବନ୍ଧ ମରାମତି କାମ ସରିଯାଇଥିଲା । ୪୯ଟି ଦୁର୍ବଳ ନଦୀବନ୍ଧର ମରାମତି ହୋଇସାରିଛି । ଚଳିତ ଥର ଯାଜପୁର ବ୍ରାହ୍ମଣୀରେ ୩ଟି, ଖୋର୍ଦ୍ଧାରେ ୨ଟି ଘାଇ ହୋଇଛି । ଆଂଶିକ ମରାମତି ହୋଇଛି

Get real time updates directly on you device, subscribe now.

Leave A Reply

Your email address will not be published.