ନିର୍ବାଚନ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବେ ଆୟୋଗ
ରାଜ୍ୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିଶନ ପ୍ରଦୀପ ଜେନା କହିଛନ୍ତି, କୋଭିଡ ସ୍ଥିତି ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ହେଲଥ ୱାର୍କର, ଫ୍ରଣ୍ଟଲାଇନ୍ ୱାର୍କର ଏବଂ ବୁଷ୍ଟର ଡୋଜ୍ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । କୋଭିଡ୍ ସିଚୁଏସନକୁ ଆନାଲିସିସ୍ କରାଯାଇଛି । କରୋନା ସ୍ଥିତିକୁ ନଜରରେ ରଖି ନିର୍ବାଚନ ହେବ କି ନାହିଁ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ ।