THE BYAPINI

ସନ୍ଧ୍ୟା ୭ରେ ଗୁରୁତ୍ୱପୂର୍ଣ୍ଣ ସୂଚନା..ଫେରିବ କି ଲକଡାଉନ!

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ସାଂଘାତିକ ରୂପ ନେଉଥିବା ବେଳେ ସରକାର ନିଦ ହଜିଯାଇଛି । ନାଇଟ କର୍ଫ୍ୟୁ, କଟକଣା ପରେ ବି ସଂକ୍ରମଣ ବଢିବାରେ ଲାଗିଛି । ଆଜି ସନ୍ଧ୍ୟା ୭ଟାରେ କରୋନା କରୋନା ପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ଏସଆରସି । କରୋନା ଚେନ୍ ଭାଙ୍ଗିବା ପାଇଁ କଟକଣା କଡାକଡି କରିପାରନ୍ତି ସରକାର । ପୁଣି ଫେରିପାରେ ରାଜ୍ୟରେ ଲକଡାଉନ କି ସଟଡାଉନ ।

କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାର କିଛି ବଡ ଘୋଷଣା କରିପାରିନ୍ତି । ନାଇଟ କର୍ଫ୍ୟୁ ଓ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଢାଉନ ପରେ ବି ସ୍ଥିତି ଅଣାୟତ ହୋଇପଡିଛି । ପ୍ରଥମ ପର୍ଯ୍ୟାୟଠୁ ଟପିଯାଇଛି ଦ୍ୱିତୀୟ ପର୍ଯ୍ୟାୟ । ରାଜ୍ୟରେ ୫ ହଜାର ମୁହାଁ ଏବେ ସଂକ୍ରମଣ ଥିବା ବେଳେ ସରକାର କରୋନା କଟକଣା କଡାକଡି କରିବେ । ତେବେ କେଉଁ କଟକଣା ଜାରି କରିବେ ସରକାର ତା ଉପରେ ରହିଛି ସମସ୍ତଙ୍କ ନଜର ।

ସୁନ୍ଦରଗଡ ଓ ଖୋର୍ଦ୍ଧା ଅଧିକ ଚିନ୍ତା ବଢାଇଛି । ଅଧିକାଂଶ ଆକ୍ରାନ୍ତ ଏହି ଜିଲ୍ଲାର ଚିହ୍ନଟ ହେଉଛନ୍ତି । ତେବେ ଲୋକ କୋଭିଡ ନିୟମ ମାନୁନଥିବାରୁ ଏଭଳି ସଂକ୍ରମଣ ବ୍ୟାପଥିବା କୁହାଯାଉଛି । ତେଣୁ ଅମାନିଆଙ୍କୁ ସାବାଡ କରିବା ପାଇଁ ସଂକ୍ରମଣକ ୁନିୟନ୍ତ୍ରଣ କରିବା ପାଇଁ ସରକାର କିଛି ବଡ଼ ପଦକ୍ଷେପ ନେଇପାରନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.