THE BYAPINI

ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା

Get real time updates directly on you device, subscribe now.

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ଯୋଜନାକୁ ଗୃହରେ ଉପସ୍ଥାପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖି କହିଛନ୍ତି ଯେ ‘ପରିକ୍ରମା ଯୋଜନା ସାଢ଼େ ୪କୋଟି ଲୋକଙ୍କ ପାଇଁ’ ‘ଏହି ଯୋଜନା ଉପସ୍ଥାପନ କରି ମୁଁ ଗର୍ବିତ ଅନୁଭବ କରୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ଜାତିର ସବୁଠୁ ବଡ ପରିଚୟ ମହାପ୍ରଭୁ ଜଗନ୍ନାଥ । ମହାପ୍ରଭୁଙ୍କୁ ଟିକିଏ ଦର୍ଶନ କରିବା ଲକ୍ଷ ଲକ୍ଷ ଭକ୍ତଙ୍କ ଇଚ୍ଛା । ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମସ୍ତଙ୍କର ଇଚ୍ଛା ରହିଛି । ଯେଉଁଥିପାଇଁ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଆରମ୍ଭ ହୋଇଛି । ଶାନ୍ତ, ସୁନ୍ଦର ପରିବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମସ୍ତଙ୍କ ଇଛା।’ ଐତିହ୍ୟ କରିଡରର ବିକାଶ ପାଇଁ ଅନୁମତି ମିଳି ସାରିଛି । ଆଉ ଏଥିପାଇଁ ତ୍ୟାଗ କରିଥିବା ସମସ୍ତ ସେବାୟତ ଓ ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ସହଯୋଗ ପାଇଁ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହରେ ପାରିତ ହୋଇଛି ।

ଓଡିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରି ଥିଲେ, ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡି ବାଲି ରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା, ତେବେ ଜଣେ ଓଡିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଗତ ୧୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୭୫ ମିଟର ସୁରକ୍ଷା କରିଡରରେ ହେବାକୁ ଥିବା ଉନ୍ନତିମୂଳକ କାମକୁ ଅନୁମୋଦନ କରାଯାଇଥିଲା। ଏହି କାର୍ୟ୍ୟର ନକ୍ସାକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଥିଲା। ଯାହାପରେ ଗଜପତି ଦିବ୍ୟସିଂହ ଦେବ ନକ୍ସାକୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲଙ୍କୁ ପ୍ରଦାନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.