ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂଗାର ନୀତି । ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ପ୍ରତି ମାସରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହୁଏ । ଆଜି ମାର୍ଗଶୀର ଦ୍ବାଦଶୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ସଂପାଦନ ହେବ। ଅପରାହ୍ଣ ୪ଟାରୁ ଏହି ନୀତି ଆରମ୍ଭ ହେବ । ବନକପେଡ଼ି ଧରି ଦତ୍ତ ସେବକମାନେ ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ବନକଲାଗି ନୀତି ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ବଢ଼ିବ । ଫଳରେ ଆଜି ଅପରାହ୍ଣ ୪ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ ।