ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି,୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଇତାଲାଗି ନୀତି । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ଣ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ନୀତି ନିର୍ଦ୍ଧାରତ ସମୟରେ ଦଇତାପତି ସେବାୟତଙ୍କ ଦ୍ୱାରା ସମ୍ପାଦନ କରାଯିବ ।
ପଇତାଲାଗି ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଆଗକୁ ଚନ୍ଦନ ଯାତ୍ରା ଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯିବ। ଏଣୁ ଏହା ପୂର୍ବରୁ ପଇତା ଲାଗି କରାଯିବାର ପରମ୍ପରା ରହିଛି। ବର୍ଷକୁ ଦୁଇଥର ମହାପ୍ରଭୁଙ୍କ ପଇତା ଲାଗି ହେଉଥିବା ବେଳେ ଗୋଟିଏ ଓଢଣ ଷଷ୍ଠୀ ପୂର୍ବରୁ ଓ ଅନ୍ୟଟି ଚନ୍ଦନ ଯାତ୍ରା ପୂର୍ବରୁ ହେବାର ପରମ୍ପରା ରହିଛି।