THE BYAPINI

ପଂଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ବିଜେପି

Get real time updates directly on you device, subscribe now.

ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ବିଜେପିର ସଜବାଜ । ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଜାରି କରିଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ନିଜର ସାଂଗଠନିକସ୍ତରରେ ବଡ଼ ନିଷ୍ପତି ନେଇଛି । ୩ଟି ନୂଆ କମିଟି ଗଠନ କରି ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ଦଳ ବରିଷ୍ଠ ନେତାଙ୍କୁ ଗୁରୁତ୍ୱ ଦେଇଛି । ସହରାଂଚଳ, ପଂଚାୟତ ଏବଂ ସୀମା ସୁରକ୍ଷା ପାଇଁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ୩ଟି ନୂଆ କମିଟି ଗଠନ କରିଛନ୍ତି। ସହରାଂଚଳ କମିଟିର ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ କେଭି.ସିଂହଦେଓ ଓ ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମନୋନୀତ କରାଯାଇଥିବାବେଳେ ପଂଚାୟତ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ସଂଯୋଜକ ଭାବେ ଶଙ୍କର ପରିଡ଼ାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ସୀମା ବିବାଦକୁ ନେଇ ପଂଚାୟତ ଗୋଟି ଚାଳନା ପାଇଁ ସୀମା ସୁରକ୍ଷା କମିଟିର ରାଜ୍ୟ ଅଧ୍ୟକ୍ଷ ଭାବେ ସାଂସଦ ବସନ୍ତ ପଣ୍ଡା ଓ ସଂଯୋଜକ ଭାବେ ସଞ୍ଜିବ ମହାନ୍ତି ଙ୍କୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.