THE BYAPINI

କାଲି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ ଭୋଟ..ସକାଳ ୭ରୁ ଭୋଟିଂ ଆରମ୍ଭ

Get real time updates directly on you device, subscribe now.

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ପଡିବ ପ୍ରଥମ ପର୍ୟ୍ୟାୟ ଭୋଟ । ଚଳିତଥର ମୋଟ ୨ କୋଟି ୭୯ ଲକ୍ଷରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ୬୭୯୪ ଗ୍ରାମ ପଞ୍ଚାୟତରେ ୯୧,୯୧୩ ୱାର୍ଡରେ ହେବ ଭୋଟ ଗ୍ରହଣ । ଆଉ ୯୧୯୧୩ଟି ବୁଥରୁ ୧୩,୭୮୫ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ତେବେ ପ୍ରଥମ ପର୍ୟ୍ୟାୟ ଭୋଟ ପାଇଁ କେତେ ପ୍ରସ୍ତୁତି କରାଯାଇଛି ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।
ଚିହ୍ନଟ ହୋଇଥିବା ତଥ୍ୟ ଅନୁସାରେ ୨୨୩୭୯ଟି ବୁଥ୍‌ ମଧ୍ୟରୁ ୩୩୫୭ଟି ସମ୍ବେଦନଶୀଳ ରହିଛି । ପ୍ରାୟ ୨୨୫ ପ୍ଲାଟୁନ ପୋଲିସ ଫୋର୍ସ ବୁଥ୍‌ର ସୁରକ୍ଷା ଦାୟିତ୍ୱରେ ମୁତୟନ କରାଯାଇଛି । ମୋଟ ୭୨୬ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି ।
ପ୍ରଥମ ପର୍ୟ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତାରେ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ ପଡିବ ଭୋଟ । ପ୍ରଥମ ପର୍ୟ୍ୟାୟରେ ମୋଟ ୨୨,୩୭୯ଟି ବୁଥରେ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ପ୍ରଥମ ପର୍ୟ୍ୟାୟରେ ମୋଟ ୩୩୫୭ଟି ସମ୍ବେଦନଶୀଳ ବୁଥ ରହିଛି । ପ୍ରଥମ ପର୍ୟ୍ୟାୟରେ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ଚାଲିବ ।
ସେହିପରି ମତଦାନ ଲାଗି ପରିଚୟ ପତ୍ର ବାଧ୍ୟତାମୂଳକ । ଭୋଟର ଆଇ କାର୍ଡ ନଥିଲେ ମଧ୍ୟ ଅନ୍ୟ ୧୩ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । ବୁଥ୍‌କୁ ଯିବା ସମୟରେ ମାସ୍କ ପିନ୍ଧିବା ଜରୁରୀ । ଭୋଟ ଦାନ କେନ୍ଦ୍ରରେ କୋଭିଡ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.