ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇ ରାଜ୍ୟ ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ପ୍ରସ୍ତୁତ । ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ । ୱାର୍ଡମେମ୍ବର, ସରପଞ୍ଚ ଓ ସମିତିସଭ୍ୟଙ୍କ ପାଇଁ ଜାରି ହୋଇଛି ଚିହ୍ନ । ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି, ସରପଞ୍ଚଙ୍କ ପାଇଁ ୩୨ଟି ଓ ସମିତି ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି । ସେହିପରି ସ୍ୱାଧୀନ ଜିଲ୍ଲା ପରିଷଦ ପାଇଁ ୧୯ଟି ଚିହ୍ନ ରହିଛି ।
ଓଡ଼ିଆ ନାମ ଅନୁସାରେ ପ୍ରାର୍ଥୀଙ୍କୁ ଚିହ୍ନ ଆଲଟ କରାଯିବ । କରୋନା ଉପରେ ନଜର ରହିଛି । ନିର୍ବାଚନ ପ୍ରଚାର ଏବଂ ଭୋଟିଂ ବେଳେ ସ୍ଥିତି ଦେଖି ଗାଇଡ଼ଲାଇନ ଜାରି ହେବ ବୋଲି କହିଛନ୍ତି ନିର୍ବାଚନ ଆୟୋଗ । ସ୍ବୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଲଢ଼ିବେ ଜିଲ୍ଲା ପରିଷଦ ନିର୍ବାଚନ । ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି ।
ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇ ସାରିଛି । ସେହିପରି ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ମେମ୍ବରଙ୍କ ପାଇଁ ସାନି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଆସନ୍ତା ୩ ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ କରିପାରିବେ । ଆସନ୍ତା ୭ ତାରିଖରେ କମିଶନଙ୍କ ନିକଟରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିବେ ସରକାର ।