THE BYAPINI

ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର

Get real time updates directly on you device, subscribe now.

ଆଇଏଫଏସ ଅଭୟ କାନ୍ତ ପାଠକଙ୍କୁ ବଡ଼ ଝଟକା । ଅଭୟ କାନ୍ତଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭୟଙ୍କୁ ବାଧ୍ୟତାମୂଳକ ଅବସରକୁ ଅନୁମୋଦନ ଦେଇଛନ୍ତି । ଆୟ ବର୍ହିଭୂତ ସଂପତି ଠୁଳ ମାମଲାରେ ଏବେ ଗିରଫ ହୋଇ ଜେଲରେ ଅଛନ୍ତି ୧୯୮୭ ବ୍ୟାଚର ଏହି କ୍ୟାଡର ଆଇଏଫଏସ ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ଗତବର୍ଷ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଉଭୟ ପାଠକ ବାପ ପୁଅ ଏବେ ଜେଲରେ ଅଛନ୍ତି। ଅଭୟକାନ୍ତଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ବିରୋଧରେ ସବୁ ସମୟରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି । ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାରଙ୍କ ସୁପାରିସ ପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ।

ବରିଷ୍ଠ ଆଇଏଫ୍‌ଏସ୍‌ ଅଭୟକାନ୍ତ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା । ଏହି ସମୟରେ ତାଙ୍କ ପୁଅ ମଧ୍ୟ ରାଡାର ମଧ୍ୟକୁ ଆସିଥିଲେ। ଉଭୟ ପାଠକ ବାପପୁଅଙ୍କ ଅମାପ ସମ୍ପତ୍ତି, ଭଳିକି ଭଳି ଦାମୀ ଗାଡ଼ି, ଦେଶର ବିଭିନ୍ନ ସ୍ଥାନରେ ଫ୍ଲାଟ, ଚାଟାର୍ଡ ଫ୍ଲାଇଟରେ ଉଡ଼ାଣ, ତଥା ସଉକ ଆଦି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଥିଲା। ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। କ୍ରାଇମବ୍ରାଞ୍ଚ ଟିମ୍‌ ଏହି ଘଟଣାର ତଦନ୍ତ କରୁଛି।

Get real time updates directly on you device, subscribe now.

Leave A Reply

Your email address will not be published.