ମୃତ୍ୟୁ ଉପରୁ ପୁଲିସ ଉଠାଇଲା ପରଦା
ଭୁବନେଶ୍ୱର: ମୃତ୍ୟୁ ଉପରୁ ପୁଲିସ ଉଠାଇଲା ପରଦା । ମେ ୨୪ରେ ସୂର୍ଯ୍ୟନଗରର ସୁବାଷ ନାଏକର ମୃତ୍ୟୁ ହୋଇଥିଲା । ରାଜଭବନ ପାଖରେ ଏକ ଲୁହା ଖୁଂଟରେ ପିଟି ହୋଇପଡିଥିବାରୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କୁହାଯାଉଥିଲା । କିନ୍ତୁ ମୃତ୍ୟୁ ପଛର କାରଣ ଥିଲା ଆଉ କିଛି । ସିସିଟିିିଭରୁ ଧରାପଡିଛି ସତ ।
ସୁବାଷ ନାୟକର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବ ସମସ୍ତେ ଭାବୁଥିଲେ । କିନ୍ତୁ ଦେଢ ମାସ ପରେ ମୃତ୍ୟୁ ଉପରୁ ରହସ୍ୟ ହଟିଛି । ମେ ୨୪ତାରିଖରେ ଏକ ଖୁଂଟରେ ପିଟିହୋଇ ପଡିରହିଥିଲା ସୁବାଷ ନାଏକ । ଘଟଣା ସ୍ଥଳରୁ ବାଇକ ମଧ୍ୟ ଜବତ ହୋଇଥିଲା । ପ୍ରଥମେ ପୁଲିସ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା । ହେଲେ ପଛରେ ସିସିଟିଭି ଦେଖିଲା ପରେ ଜଣାପଡିଥିଲା ଘଟଣା ଦୁର୍ଘଟଣା ନୁହେଁ । ଏକ ବାଇକରେ ୩ ଜଣ ଯୁବକ ସୁବାଷ ନାୟକକୁ ପଛରୁ ଲୁହା ରଡ ଧରି ଗୋଡାଉଛନ୍ତି । ଆଉ ଜୀବନ ବଂଚାଇବାକୁ ଯାଇ ଭୟଭୀତ ହୋଇ ସୁବାଷ ଗାଡି ଦ୍ରୁତ ଗତିରେ ଚଲାଇ ଖୁଂଟରେ ପଟିହୋଇଯାଇଛି । ସିସିିଟିଭି ଆଧାରରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସତ୍ୟଜିତ ପଟ୍ଟନାୟକକୁ ଗିରଫ କରିଛି । ଅନ୍ୟ ୨ ଜଣ ଏବେ ନିଖୋଜ ଅଛନ୍ତି । ତେବେ ପୂର୍ବ ଶତ୍ରୁତାର ସତ୍ୟଜିତ ସୁବାଷକୁ ଆକ୍ରମଣ କରିବାକୁ ଯାଉଥିବା ପୁଲିସ କହିଛି।