THE BYAPINI

‘ତପସ୍ୱିନୀ ମୋତେ ବରବାଦ୍ କରିଦେଲେ’

Get real time updates directly on you device, subscribe now.

ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ । ସାମ୍ନାକୁ ଆସିଲେ ୧୦ ତାରିଖରୁ ଗାଏବ ଥିବା ଡାକ୍ତର ସୁମିତ ସାହୁ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଫେରାର ହୋଇନାହାନ୍ତି ବରଂ ଅସୁସ୍ଥତା ପାଇଁ ବିଶ୍ରାମ ନେଉଛନ୍ତି । ଏଥିପାଇଁ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ।
ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ସେ ଛୁଟିରେ ରହିଛନ୍ତି । ପଳାଇ ଯାଇଥିବା କିମ୍ବା ଅପହରଣ କରିଥିବା ପରି ଖବର ପ୍ରଘଟ ହେଉଥିବା ବେଳେ ଏହା ସମ୍ପୂର୍ଣ୍ଣ ମିଛ । ଅସୁସ୍ଥତା ଥିବାରୁ ତପସ୍ୱିନୀ ଦାଶଙ୍କ ଉପସ୍ଥିତିରେ ବିଶ୍ରାମ ନେବାକୁ ଅସହଜ ମନେ କରିଥିବା କହିଛନ୍ତି । ଅସୁସ୍ଥ ଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ସାଙ୍ଗ ସାଥୀଙ୍କ ଜରିଆରେ ଭଡା ଘର ଖୋଜୁଛନ୍ତି ବୋଲି କହିଛନ୍ତି ।
ସେ ଆଗକୁ କହିଛନ୍ତି, ‘ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ଡିମ୍ପଲ ମତେ ବରବାଦ କରିଦେଲାଣି । ୭ ଦିନ ରହିବା ପରେ ମଧ୍ୟ ସମ୍ପର୍କ କିଛି ବଢିନି ।’ ତ ୯ ତାରିଖରେ ବ୍ରହ୍ମପୁର ଏସଡିଜିଏମ୍ କୋର୍ଟ ତପସ୍ୱିନୀଙ୍କ ପିଟିସନ ଉପରେ ଶୁଣାଣି କରି ଉଭୟ ସୁମିତ ଏବଂ ତପସ୍ୱିନୀଙ୍କୁ ଏକାଠି ଭଡାଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ୧୦ ତାରିଖ ସକାଳେ ଡାକ୍ତର ସୁମିତ ବାଲିସିରା ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଦିନିର ଛୁଟି ଆବେଦନ କରି କୁଆଡେ ପଳାଇ ଯାଇଥିଲେ । ଏହାପରେ ଏବେ ସୁମିତି ଆଉ ୮ ଦିନ ଅଧିକ ଛୁଟି ମାଗିଛନ୍ତି । ସେପଟେ ୧୦ ଦିନରୁ ଅଧିକ ଦିନ ଏକାସାଙ୍ଗେ ଛଟିରେ ରହିଥିବାରୁ ସୁମିତଙ୍କ ଦରମା ବନ୍ଦ କରାଯାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.