୭ ଦିନ ବାରଣ୍ଡାରେ ଶୋଉଥିଲେ ସୁମିତ୍
କୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଡାକ୍ତର ସ୍ୱାମୀ । ସ୍ୱାମୀ-ସ୍ତ୍ରୀଙ୍କ କଳି ତୁଟାଇବା ପାଇଁ ବ୍ରହ୍ମପୁର ଏସଡିଜେଏମ କୋର୍ଟ ଯେଉଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ, ଆଠ ଦିନ ପରେ ସେହି ନିର୍ଦ୍ଦେଶ ପାଣିରେ ମିଳାଇ ଯାଇଛି । ପତ୍ନୀଙ୍କ ସହ ଏକାଠି ରହିବା ସହ ସମସ୍ତ ଦାୟିତ୍ୱ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ସ୍ୱାମୀ ସୁମିତ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ତପସ୍ୱିନୀ ।
ତପସ୍ୱିନୀଙ୍କ କହିବା ଅନୁସାରେ, ଗତକାଲି ସୁମିତ ମେଡିକାଲ ଯାଇଥିଲେ । ରାତି ୮ଟା ପାଖାପାଖି କୋର୍ଟଙ୍କ ଆଦେଶ ପରେ ଠିକ୍ ସମୟରେ ଘରକୁ ଫେରି ନଥିଲେ । ତାପରେ ତପସ୍ୱିନୀ ଡାକିବା ପରେ ଫେରିଥିଲେ ସୁମିତ । ହେଲେ ରାତିରେ ଆଖିରେ ନିଦ ନଥିଲା । ବାରଣ୍ଡାରେ ଚେୟାରକୁ ଚେୟାର ଯୋଡ଼ି ଶୋଇଥିଲେ ସୁମିତ । ଏହା ପୂର୍ବରୁ ସୁମିତ, ତପସ୍ୱିନୀ ୭ ଦିନ ଏକାଠି ରହିବା ସହ ସମୟ କାଟିଥିଲେ ।
ତେବେ ପ୍ରଥମ ପର୍ୟ୍ୟାୟ ରହଣୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କେହି କାହା ସହ କଥା ହେବା କଥା ନୁହେଁ । ସେତେବେଳେ ସୁମିତ୍ ଫୋନରେ ଅନ୍ୟମାନଙ୍କ ସହ କଥା ହେଉଥିଲେ ବୋଲି କହିଛନ୍ତି ତପସ୍ୱିନୀ । ସୁମିତଙ୍କୁ ବତାଇ କେହି ଫେରାର୍ କରାଇ ଦେବା କହିଛନ୍ତି ସେ । ଆଜି ସକାଳେ ସୁମିତ ଫୋନରେ କଥା ହୋଇ ହୋଇ ପଳାଇଛନ୍ତି । ସୁମିତ ପୂର୍ବ ଯୋଜନାବଦ୍ଧ ଭାବେ ପଳାଇଥିବା କହିଛନ୍ତି ତପସ୍ୱୀନି ।