THE BYAPINI

ଗିରଫ ହେଲେ କୁବେର ଏଡିଏମ୍

Get real time updates directly on you device, subscribe now.

ଗିରଫ ହେଲେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ର । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି । ଗତକାଲି ଭିଜିଲାନ୍ସ ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଜଗତସିଂହପୁରର ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା । ରେଡ଼ ବେଳେ ତାଙ୍କ ଘରୁ ନଗଦ ୩ଲକ୍ଷ ଟଙ୍କା ସହ ସୁନା ଜବତ ହୋଇଥିଲା ।
ବିଶ୍ୱଜିତ୍ ମହାପାତ୍ରଙ୍କ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ୨ ମହଲା କୋଠା ରହିଛି । ସେହିପରି ରସୁଲଗଡ଼ରେ ଗୋଟିଏ ଫ୍ଲାଟ୍, କୋଟିଏ ଟଙ୍କାର ଫିକ୍ସ ଡ଼ିପୋଜିଟ୍ ଓ ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି । ସେହିପରି ଭୁବନେଶ୍ୱର ଓ ଜଗତସିଂହପୁରେ ଏଡ଼ିଏମ ବିଶ୍ୱଜିତ୍ ମହାପାତ୍ରଙ୍କ ରହିଛି କୋଟି କୋଟି ଟଙ୍କାର ୧୦ଟି ପ୍ଲଟ ।

Get real time updates directly on you device, subscribe now.

Leave A Reply

Your email address will not be published.