THE BYAPINI

ପିପିଇ କିଟରେ ସାଂସଦ

Get real time updates directly on you device, subscribe now.

କୋଭିଡ ହସ୍ପିଟାଲ ଓ ଟିକାକରଣ କେନ୍ଦ୍ର ବୁଲି ଦେଖିଲେ ସାଂସଦ । ପିପିଇ କିଟ ପିନ୍ଧି ସାଂସଦ ନିଜେ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟରେ କୋଭିଡ଼ ସ୍ଥିତି ସାଂଘାତିକ ହୋଇପଡିଥିବା ବେଳେ ସୁନ୍ଦରଗଡରେ ସ୍ଥିତି ସଂଗୀନ । ପ୍ରତିଦିନ ଏଠାରୁ ଶହ ଶହ ସଂଖ୍ୟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ଜିଲ୍ଲା ପ୍ରଶାସନର ନିଦ ହଜାଇଦେଇଛି ।

ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଜିଲ୍ଳାର ବିଭିନ୍ନ ଟିକାକରଣ କେନ୍ଦ୍ର ଓ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ପାନପୋଷ ମଣ୍ଡଳ ହସ୍ପିଟାଲ ଟିକାକରଣ କେନ୍ଦ୍ର ସହ ରାଉରକେଲାର ୪ଟି କୋଭି ହସ୍ପିଟାଲ ପରିଦର୍ଶନ କରିଛନ୍ତି । ପ୍ରଥମେ ପାନପୋଷ ଟିକାକରଣ କେନ୍ଦ୍ରରେ ପହଚିଂଥିଲେ ସାଂସଦ । ସେଠାରେ ସ୍ଥିତି ଅନୁଧ୍ୟାନ ପରେ ବେଦବ୍ୟାସ ସ୍ଥିତ ଜୟପ୍ରକାଶ ହସ୍ପିଟାଲ,ହାଇଟେକ କୋଭିଡ ହସ୍ପିଟାଲ, ଉଦିତନଗର ଶାନ୍ତି ମେମୋରିଆଲ କୋଭିଡ ହସ୍ପିଟାଲ ଓ ଶେଷରେ ଆଇଜିଏଚ ସୁପର ସ୍ପେଶାଲିଟି କୋଭିଡ ହସ୍ପିଟାଲ ବୁଲି ଦେଖିଛନ୍ତି । କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଏଡିଏମ ଅବୋଲି ସୁନୀଲ ନରୱେଣେ,ଆରଏମି କମିଶନର ଦିବ୍ୟଜ୍ୟୋତି ପରିଡା ଓ ହସ୍ପିଟାଲ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଓ ଡାକ୍ତରଙ୍କ ସହ ଚିିକିତ୍ସା ସଂପର୍କରେ ଆଲୋଚନା କରିଛନ୍ତି ସାଂସଦ ଜୁଏଲ ଓରାମ । କରୋନା ସଂକ୍ରମଣ କିପରି ନିୟନ୍ତ୍ରଣ କରିହେବ , ମହାମାରୀ ବିରୋଧରେ ଲଢେଇ ଜୋରଦାର କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜୁଏଲ ଓରାମଙ୍କ ସହ ଜିଲ୍ଲା ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ଓ ଆଇଜିଏଚର ଅଧିକାରୀ ଉପସ୍ଥିତ ଥିଲେ ।

ରାଜ୍ୟରେ ଶନିବାର ୧୧ ହଜାର ୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ହଜାରେ ଉପରେ ରହିଛି । ଖୋର୍ଦ୍ଧରୁ ସର୍ବାଧିକ ୧୪ ଶହ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା ପଛକୁ ସୁନ୍ଦରଗଡ ରହିଛି । ସୁନ୍ଦରଗଡରେ ୧୨ ଶହ ୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ପଛକୁ କଟକରେ ୧୧ଶହ ୯୭ ପଜିଟିଭି ଦିନକରେ ଚିହ୍ନଟ ହୋଇଛନ୍ତି । ଏହି ୩ ଜିଲ୍ଲାରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଏକ ପ୍ରକାର ଚ୍ୟାଲେଂଜ ହୋଇଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.