ସୁନ୍ଦରଗଡ: ବାବୁଙ୍କ ଗାଡିରୁ ବିଡ଼ା ବିଡ଼ା ଟଙ୍କା
ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସମଵାୟ ନିଗମ (ଟିଡିସିସି)ର ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ସୁନ୍ଦରଗଡ଼ରୁ ଏକ ବୋଲେରୋ ଯୋଗେ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ । ତାଙ୍କ ଗାଡିରୁ ୧୯ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଏତେ ଟଙ୍କା କେଉଁଠୁ ଆସିଲା ସେ ନେଇ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।
ସକାଳୁ ସୁନ୍ଦରଗଡ଼ ସହରରୁ ଏକ ବୋଲେରୋ ଯୋଗେ ଭୁବନେଶ୍ୱର ବାସଭବନକୁ ଯାଉଥିଲେ ଜୟପ୍ରକାଶ ମହାନ୍ତି । କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ୍ ତାଙ୍କ ପିଛା କରି ମସ୍ନିକାନୀ ଟୋଲ୍ ପ୍ଲାଜାରେ ଅଟକାଇ ଯାଞ୍ଚ କରିଥିଲେ ।ଯାଞ୍ଚ ବେଳେ ଗାଡିରେ ୧୯ ଲକ୍ଷରୁ ଅଧିକ ଟଙ୍କା ଥିବା ଜଣାପଡିଥିଲା । ଟଙ୍କା ସଂପର୍କରେ ଭିଜିଲାନ୍ସ ଟିମ୍ ତାଙ୍କୁ ପଚରାଉଚରା କରିଥିଲା। ତେବେ ପ୍ରାଥମିକ ପଚରାଉଚରା ବେଳେ ଜୟପ୍ରକାଶ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ନିଜ ସହ ନେଇଯିବା ସହ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ଏତେ ଟଙ୍କା ସେ କେଉଁଠୁ ଆଣିଲେ ସେ ନେଇ ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିବା ସହ ଛାନଭିନ କରୁଛନ୍ତି । ସୁନ୍ଦରଗଡ ଜିଲ୍ଲା ଞଊଉଉ ଅଫିସ ଓ ଭୁବନେଶ୍ବର ବାସଭବନରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ବିଭାଗ ।