THE BYAPINI

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: କ’ଣ ନେଇଛ ପଦକ୍ଷେପ ଜଣାଅ

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣକୁ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କରୋନା ସଂକ୍ରମଣ ଏବେ ଅଣାୟତ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଦେଶର ବିଭିନ୍ନ ରାଜ୍ୟରେ ଭୟଙ୍କର ସ୍ଥିତି ଉପୁଜିଛି । କେଉଁଠି ବେଠ ନାହିଁ ତ କେଉଁଠି ଅକ୍ସିଜେନ ନାହିଁ । ଅକ୍ସିଜେନ ଅଭାବ ଯୋଗୁଁ ଅନେକ ରୋଗୀଙ୍କ ପ୍ରାଣ ମଧ୍ୟ ଚାଲିଯାଉଛି । ତେଣୁ କରୋନା ମୁକାବିଲା ରଣନୀତି ସମ୍ପର୍କରେ ସୂଚନା ଦେବାକୁ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି କି ଏବେ ଦେଶରେ ଯେଭଳି ଭାବେ କରୋନା ମହାମାରୀ ସ୍ଥିତି ଦେଖା ଦେଇଛି ତାହା ଜରୁରୀକାଳୀନ ପରିସ୍ଥିତି ଠାରୁ କମ୍ ନୁହେଁ । ଅନେକ ରାଜ୍ୟରେ ଅକ୍ସିଜେନ୍ ସଙ୍କଟ ସ୍ଥିତିକୁ ଆହୁରି ଖରାପ କରିଛି । ଅକ୍ସିଜେନ ସପ୍ଲାଏ ଓ ଟିକାକରଣ ପାଇଁ ଜାତୀୟ ସ୍ତରରେ କେନ୍ଦ୍ର ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେକଥା ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। କରୋନା ମୁକାବିଲା ପାଇଁ କଣ ଯୋଜନା ରହିଛି ବୋଲି କୋର୍ଟ ସରକାରଙ୍କୁ ପଚାରିଛନ୍ତି । ଏହାସହ କୋର୍ଟ ହରିସ ସାଲଭେଙ୍କୁ ଆମିକସ୍ କ୍ୟୁରୀ ନିଯୁକ୍ତ କରିଛନ୍ତି ।

ସୁପ୍ରିମକୋର୍ଟ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଜାତୀୟ ଯୋଜନା ମାଗିଛନ୍ତି । ଅକ୍ସିଜେନ୍ ଯୋଗାଣ, ଔଷଧ ଯୋଗାଣ, ଭାକସିନ୍ ପ୍ରଦାନ ଓ ଲକଡାଉନ୍ ଅଧିକାରୀ କେବଳ ରାଜ୍ୟର ରହିଛି କୋର୍ଟର ନୁହେଁ ବୋଲି କହି କେନ୍ଦ୍ରକୁ ଜବାବ ମଗାଯାଇଛି । ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୨୩ରେ ହେବ । ମହାରାଷ୍ଟ୍ର ଏଂବଂ ଦିଲ୍ଲୀ ଭଳି ରାଜ୍ୟରେ କୋଭିଡ ସ୍ଥିତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଅକ୍ସିଜେନ୍ ସପ୍ଲାଏ ଓ ଟିକାକରଣ ନେଇ କେନ୍ଦ୍ର ସରକାର କ’ଣ ଷ୍ଟ୍ରେଟେଜି ପ୍ରସ୍ତୁତ କରିଛନ୍ତି, ସେ ନେଇ ମଧ୍ୟ ଉତ୍ତର ରଖିବାକୁ କହିଛନ୍ତି କୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.